ଶାନ୍ତିପୂର୍ଣ ନିର୍ବାଚନ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ନିର୍ବାଚନ ତାରିଖ ଘୋଷଣା ସହ ଆଚରଣ ବିଧି ଲାଗୁ ହୋଇଛି। ତେବେ ରାୟଗଡ ଜିଲ୍ଲାରେ କିପରି ସ୍ୱଚ୍ଛ, ଅବାଧ ନିର୍ବାଚନ ହେବ ସେ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଚଳିତ ବର୍ଷ ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ କିପରି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିହେବ ସେ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ସୂଚନା ଦେଇଛନ୍ତି । ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସାମ୍ବାଦିକମାନଙ୍କୁ ନେଇ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଗୁଣପୁର ଉପ-ଜିଲ୍ଲାପାଳ କିରଣଦୀପ କୌର, ରାୟଗଡ ଉପ-ଜିଲ୍ଲାପାଳ ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।
ଚଳିତ ବର୍ଷ ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା । ମେ ୧୩ ତାରିଖ ଦିନ ରାୟଗଡ ଜିଲ୍ଲାର ରାୟଗଡ, ବିଷମକଟକ ଓ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ କୋରାପୁଟ ଲୋକସଭା ଆସନ ପାଇଁ ମତଦାନ ହେବ । ଚଳିତ ବର୍ଷ ନିର୍ବାଚନରେ ରାୟଗଡ, ବିଷମକଟକ ଓ ଗୁଣପୁରର ୭ ଲକ୍ଷ ୪ ହଜାର ୫୦୩ ଭୋଟର ନିଜ ନିଜର ମତଦାନ ସବ୍ୟସ୍ତ କରିବେ । ସେଥି ମଧ୍ୟରୁ ୩ ଲକ୍ଷ ୩୧ ହଜାର ୮୪୪ ଜଣ ପୁରୁଷ ଭୋଟର, ୩ ଲକ୍ଷ ୭୨ ହଜାର ୪୭୪ ମହିଳା ଭୋଟର ଏବଂ କିନ୍ନର ଭୋଟରଙ୍କ ସଂଖ୍ୟା ଜିଲ୍ଲାରେ ୧୮୫ ରହିଛି । ଚଳିତ ନିର୍ବାଚନରେ ଜିଲ୍ଲାରେ ୩୨ ହଜାର ୧୯୮ ଜଣ ନୂତନ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଜିଲ୍ଲାରେ ମୋଟ ୮୮୩ଟି ବୁଥ କରାଯାଇଥିବା ବେଳେ ରାୟଗଡରେ ୩୦୧, ବିଷମକଟକରେ ୨୯୩ ଏବଂ ଗୁଣପୁରରେ ୨୮୯ ବୁଥ କରାଯାଇଛି । ନିର୍ବାଚନକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ପ୍ରତି ବୁଥରେ ଜଣେ ପ୍ରିସାଇଡିଂ ଅଫିସର, ୫ ଜଣ ପୁଲିଂ ଅଫିସର ଏବଂ ୧୧ କର୍ମଚାରୀ ନିୟୋଜିତ ହେବେ । ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ୧୦ ହଜାର କର୍ମଚାରୀ ନିୟୋଜିତ ହେବେ । ଚଳିତ ନିର୍ବାଚନରେ ପୋଷ୍ଟାଲ ବେଲେଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଚଳିତ ନିର୍ବାଚନରେ ୧୦୮ଟି ମଡେଲ ବୁଥ କରିବା ପାଇଁ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଥିବା ବେଳେ ୮୮ଟି ବୁଥ୍ ମହିଳାଙ୍କ ପାଇଁ ରହିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ସହ ସୋସିଆଲ ମିଡିଆ ଉପରେ ସତର୍କ ନଜର ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀମହାଜନ ପ୍ରକାଶ କରିଛନ୍ତି ।
ହିଂସାମୁକ୍ତ ନିର୍ବାଚନ ପରିଚାଳନା କରିବା ପାଇଁ ପୋଲିସ ପ୍ରଶାସନ ସଜାଗ ଥିବା କହିଛନ୍ତି ଏସ.ପି ହରିଶ୍ ବି.ସି । ନିର୍ବାଚନ ସମୟରେ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାନ୍ତ ଉପରେ ପୋଲିସ ପ୍ରଶାସନ ତରଫରୁ ତୀକ୍ଷଣ ନଜର ରଖାଯିବ । ଜିଲ୍ଲାରେ ଥିବା ୫୩ଟି ନକ୍ସଲ ପ୍ରବଣ ( ରାୟଗଡ ୩, ବିଷମକଟକ ୨୭ ଏବଂ ଗୁଣପୁର ୨୩) ବୁଥରେ କିପରି ସ୍ୱଚ୍ଛ ଓ ଅବାଧ ନିର୍ବାଚନ ହେବ ସେ ନେଇ ପୋଲିସ ପ୍ରଶାସନ ସଜାଗ ଥିବା ପ୍ରକାଶ କରିଛନ୍ତି ଏସ.ପି । ନିର୍ବାଚନ ସମୟରେ ଜିଲ୍ଲାରେ ୯ଟି ପ୍ଲାଇିଂଙ୍ଗ ସ୍ୱାର୍ଡ ନିୟୋଜିତ ହେବେ । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସୀମାରେ ପୋଲିସ ପକ୍ଷରୁ କଡାକଡି ଯାଂଚ କରାଯିବ । ସ୍ୱଚ୍ଛ, ଅବାଧ ନିର୍ବାଚନ ପରିଚାଳନା ତଥା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ଲାଗ ମାର୍ଚ୍ଚ କରାଯାଇ ଭୋଟରଙ୍କୁ ସଚେତନ କରାଯିବ ବୋଲିସ ଏସ.ପି. ହରିଶ୍ ବି.ସି ପ୍ରକାଶ କରିଛନ୍ତି । ନିର୍ବାଚନ ବୈଠକଙ୍କୁ ପରିଚାଳନା କରିଥିଲେ ଜିଲ୍ଲା ସୂଚନ ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ।

You May Also Like

More From Author

+ There are no comments

Add yours