Wed. Oct 14th, 2026

ଉଲେଖନିୟ କାର୍ଯ୍ୟ ପାଇଁ ବିଶ୍ୱ ବନ ଦିବସ -୨୦୨୪ଅବସରରେ ରାୟଗଡା ବନଖଣ୍ଡରେ କାର୍ଯ୍ୟରତ ଦୁଇ ଜଣ ବନକର୍ମଚାରୀଙ୍କୁ ସମ୍ନାନିତ କରାଯାଇଛି। ସମ୍ନାନିତ ବନକର୍ମଚାରୀ ହେଉଛନ୍ତି ଗୌରୀ ଶଙ୍କର ସାହୁ (ଫରେଷ୍ଟର ) ଏଂବ ପ୍ରଦୀପ କୁମାର ସାହୁ (ଫରେଷ୍ଟଗାର୍ଡ )ଙ୍କୁ ଆଜି ସମ୍ନାନିତ କରାଯାଇଛି। ଭୁବନେଶ୍ୱର ଜୟଦେବ ଭବନ ପରିସରରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ପ୍ରଧାନ ମୁଖ୍ୟ ବନସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ ) ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟବନସଂରକ୍ଷକ
(ପି ଓ ଏସ. ଏମ )ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ଉଭୟଙ୍କୁ ମାନପତ୍ର, ମେଡାଲ ସହ ଦଶ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଅଛି! ଉଭୟ ରାୟଗଡା ବନଖଣ୍ଡରେ ବହୁ ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି! ଜଙ୍ଗଲରେ ନିଆଁ ଲିଭାଇବା, ଚାରାରୋପଣ, ବନ୍ୟଜନ୍ତୁ ଶିକାର ରୋକିବା, ଜଙ୍ଗଲରେ କାଠ ଚୋରି ନିୟତ୍ରଣ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

Leave a Reply

Your email address will not be published. Required fields are marked *