ରକ୍ତ ଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ପାଳନ କରିଛନ୍ତି ନିଜର ଜନ୍ମ ଦିନ ପ୍ରଭାସିନୀ ଷଡଙ୍ଗୀ , ଭୁବନେଶ୍ବର Capital Hospital ରକ୍ତ ଭଣ୍ଡାର ବିଭାଗ ପରିସରରେ ନିଆରା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ମଧ୍ଯମ ବିଧାୟକ ଅନନ୍ତ ନାରାୟଣ ଜେନା, ୪୬ ନମ୍ବର ୱାର୍ଡ଼ର କରପରେଟର ପୁଷ୍ପା ରାଉତ , ଯଶୋଦା ମା ଫାଉଣ୍ଡେସନ ର ପ୍ରତିଷ୍ଠାତା ନିବେଦିତା ଲେଙ୍କା, ଯୋଗ ଦେଇ ରକ୍ତ ଦାନ ଶିବିର କୁ ଉଦ୍ଘାଟନ କରି ପ୍ରଭାସୀନି ଷଡଙ୍ଗୀ ଙ୍କୁ ଶୁଭେଚ୍ଛା ଜଣାଇ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ରକ୍ତ ଦାତା ମାନଙ୍କୁ ଏଭଳି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ମାନ୍ୟବର ବିଧାୟକ ଏଥିରେ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତ ଦାନ କରିବା ପାଇଁ ପହଞ୍ଚି ଥିଲେ ସେମାନଙ୍କ ମଧ୍ୟରେ ଓଡିଶା ଡ୍ରାଇଭର ମହାସଂଘ ମହାପରିବାର, ଟ୍ରାଫିକ ଜାମ ଟ୍ରଷ୍ଟ ଓଡିଶା, ଜୟ ହିନ୍ଦ୍ ଫାଉଣ୍ଡେସନ୍, ନବଜୋତି କଲେଜ, ଏଥିରେ ପ୍ରାୟ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ମିଶନ ରକ୍ତ ଦାନ ର ମୁଖ୍ୟ ହରପ୍ରସାଦ ମହାପାତ୍ର ଙ୍କ ସମେତ ଗୁନୁ ଆଚାର୍ଯ୍ୟ, ଚନ୍ଦ୍ର କାନ୍ତ, ପ୍ରଜକ୍ତା ଦାସ, ନାରାୟଣ ବେହେରା ,ବିଭୁତି ଭୁଷଣ ସାହୁ, ଡାଇରେକ୍ଟର ଦେବାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନ ରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସହଯୋଗରେ କରାଯାଇଥିଲା





