ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମୀଳନି କକ୍ଷରେ ଏକ ସାମ୍ବାଦୀକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସିଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷି ଅଧୀକ୍ଷକ । ଉଭୟ ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ଏହି ନିର୍ବାଚନାରେ ମତଦାତାଙ୍କ ଭାଗିଦାରି କିଭଳି ଅଧିକ ରହିପାରିବ ସେନେଇ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିବେଦନ କରିଛନ୍ତି । ନିର୍ବାଚନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଥୀବା ସୁଚନା ଦେଇଛନ୍ତି । ଚଳିତ ନିର୍ବାଚନରେ ସୋନପୁର ଓ ବିରମହାରାଜପୁର ନନିର୍ବାଚନ ମଣ୍ଡଳୀର ୧୨ ହଜାର ୨୨ ଜଣ ଯୁବ ଭୋଟରଙ୍କ ସହିତ ମୋଟ ୪ ଲକ୍ଷ ୭୦ ହଜାର ୪୯ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିବେ । ଏଥିପାଇଁ ଉଭୟ ନିର୍ବାଚନ ମଣ୍ଡଳିରେ ୫ ଶହ ୮୬ ଟି ପୋଲିଙ୍ଗ ଷ୍ଟେସନ କରାଯାଇଛି । ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖୀ ଆଇନ ଶୃଙ୍ଖଳା କିଭଲି ବାଧାପ୍ରାପ୍ତ ନହୁଏ ସେନେଇ ଜିଲ୍ଲା ପୋଲିସ ମଧ୍ୟ ସଜାଗ ଥିବା ଅରକ୍ଷୀ ଅଧୀକ୍ଷକ ସୁଚନା ଦେଇଛନ୍ତି । ନିର୍ବାଚନ ସମୟରେ ୪ ଏମ କୁ ନେଇ ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରବଶେ ପଥରେ ଚେକିଙ୍କ କୁ କଡାକଡି କରାଯିବା ସହିତ ବେଆଇନ କାର୍ଯ୍ୟ ପ୍ରତି ତିଖଣ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

You May Also Like

More From Author

+ There are no comments

Add yours