Wed. Oct 14th, 2026

ଦିନ ଗୋଳନ୍ତରା ରାଧାମୋହନପୁର ସ୍ଥିତ କରୁଣାଶାନ୍ତି ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ମଙ୍ଗଳବାର ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ ବ୍ରହ୍ମପୁର ବିଶ୍ୱଦ୍ୟାଳୟ ର କୁଳପତି ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ର ଭାରପ୍ରାପ୍ତ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶ ଏବଂ ସିଦ୍ଧାର୍ଥ ଶଙ୍କର ପାଢ଼ୀDHE ବ୍ରହ୍ମପୁରର ଆଞ୍ଚଳିକ ନିର୍ଦେଶକ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରlର ବାପୁଜୀ ସାମଲ ଏବଂ ବ୍ରହ୍ମପୁର କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଏବଂ ସେହି ମହାବିଦ୍ୟାଳୟର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ ଓ ମହାବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଡଃ ରଶ୍ମିତା ମିଶ୍ର ଏବଂ ସମସ୍ତ ଛାତ୍ରଛାତ୍ରୀ, ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମଟି ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିଲା l ସନ୍ନମ୍ମାନୀୟ ଅତିଥିମାନଙ୍କର ପ୍ରେରଣା ଦାୟକ ବକ୍ତବ୍ୟ ଏବଂ ପିଲାମାନଙ୍କ ପାଇଁ ସୁନ୍ଦର ଉପଦେଶ ମହାବିଦ୍ୟାଳୟ ର ପରିବେଶ କୁ ଆହୁରି ଭାବାତ୍ମକ କରିଦେଇଥିଲା l ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କିପରି ଆହୁରି ଉଜ୍ୱଳ କରିହେବ ସେହି ବିଷୟରେ ବକ୍ତବ୍ୟ ପ୍ରକାଶ କରିଥିଲେ l ସନମ୍ମାନୀୟ ପ୍ରଫେସର ଡଃ ଗୀତାଞ୍ଜଳି ଦାଶ ଝିଅମାନେ ବର୍ତ୍ତମାନ କାହାଠାରୁ କମ ରେ ନାହାନ୍ତି, ଓ ବେଶି ଭାଗ ଝିଅମାନେ ପାଠ ପଢୁଛନ୍ତି ଏବଂ ପ୍ରତିଟି ସ୍ତର ରେ କାର୍ଯ୍ୟ ମଧ୍ୟ କରୁଛନ୍ତି ଏହି ବିଷୟରେ ସୁନ୍ଦର ବକ୍ତବ୍ୟ ପ୍ରକାଶ କରିଥିଲେ l ଏହି ପରି ଭାବରେ ଗ୍ରାଜୁଏସନ କାର୍ଯ୍ୟକ୍ରମ ଟି ସୁନ୍ଦର ଭାବରେ ସଂଗଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *