ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ। ଆଜି ପ୍ରାତଃ ଭ୍ରମଣ ସହ ବ୍ୟାୟାମ କରୁଥିବା ବେଳେ ପାର୍କରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡି ଯାଇଥିଲେ । ପରେ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ଯୁ ବେଳକୁ ତାଙ୍କୁ ୫୬ବର୍ଷ ବୟସ ହୋଇଥିବା ଜଣା ପଡିଛି।