Wed. Oct 14th, 2026

ଭୁବନେଶ୍ୱର ସ୍ଥିତ ପଣ୍ଡାପାର୍କ ବସ୍ତିରେ ବର୍ଣ୍ଣବୋଧ ପାଠଶାଳା ପକ୍ଷରୁ କୁନିକୁନି ପିଲାଙ୍କ ଗହଣରେ ୭୫ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ୧୪ନଂ ଓ୍ବାର୍ଡର କର୍ପୋରେଟର୍ ମୋନାଲିସା ସାହୁ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଯଶୋଦା ମାଆ ଗଣତନ୍ତ୍ର ଦିବସ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ। କୁନିକୁନି ପିଲାମାନେ ଗଣତନ୍ତ୍ର ଦିବସ ଉପରେ ବକୃତା ପ୍ରଦାନ କରିଥିଲେ। ପଣ୍ଡାପାର୍କ ବସ୍ତିର ସଭାପତି ଦିଲ୍ଲୀପ କୁମାର ନାଏକ, ନିରଞ୍ଜନ ନାୟକ ଓ ଧରିତ୍ରୀ ମହାରଥା ତଥା ଅନ୍ଯ ସଦସ୍ୟମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାପନ କରାଯାଇଥିଲା । ତ୍ରିରଙ୍ଗା ପତାକା ତଳେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ରାଷ୍ଟ୍ରପ୍ରେମରେ ଉଦବୁଦ୍ଧ ହୋଇଥିଲେ । ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *