Wed. Oct 14th, 2026

ଏକ ସୁସ୍ଥ, ସମୃଦ୍ଧ ଓ ସୁଦୃଢ଼ ସମାଜ ଗଠନ ନିମନ୍ତେ ପ୍ରତିଟି ବିଦ୍ୟାର୍ଥୀ ପାଠ୍ୟ ପୁସ୍ତକରୁ ଶିକ୍ଷା ଗ୍ରହଣ କରିବା ସହ ତୃଣମୂଳ ସ୍ତରରେ କିପରି ସମାଜର ହିତ ପାଇଁ ଏହା ବିନିଯୋଗ ହୋଇପାରିବ ଏଥିପାଇଁ ତତ୍ପରତା ପ୍ରକାଶ କରିବା ଉଚିତ। ଏଥିଥିପାଇଁ ଜାତୀୟ ସେବା ଯୋଜନା ହେଉଛି ପ୍ରକୃଷ୍ଟ ମାଧ୍ୟମ l ତେଣୁ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିଗରେ ପ୍ରୋତ୍ସାହିତ କରିବାକୁ ଆହ୍ଵାନ ଦେଇଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ସମ୍ମାନିତ ଅତିଥି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ l ସ୍ଥାନୀୟ ମେ ଫେୟାର ନଗର ଅନ୍ତର୍ଗତ ସାଲିଆ ସାହି ଠାରେ ଥିବା ସ୍ନେହ ସେଲଟର ପରିସରରେ ଜାନୁଆରୀ ୧୯ ରୁ୨୫ ତାରିଖ ଯାଏଁ ଚାଲିଥିବା ସାତଦିନିଆ ଜାତୀୟ ସେବା ଯୋଜନା ଶିବିର ଉଦଯାପନ ହୋଇଯାଇଛି l ଏହି ଅବସରରେ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜର ସହକାରୀ ପ୍ରାଧ୍ୟାପକ ରଘୁନାଥ ମଣ୍ଡଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ଉପେନ୍ଦ୍ର ପାଢି ସ୍ଵାଗତ ଭାଷଣ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ ପ୍ରଧାନ, ଦିବାକର ମାହାଲି, ପୂର୍ବତନ କର୍ପୋରେଟର ଘନଶ୍ୟାମ ବେହେରା, ୧୬ନମ୍ବର ୱାର୍ଡର କର୍ପୋରେଟର ଅଚ୍ୟୁତ ସ୍ଵାଇଁ ଓ ପୁନେ ସ୍ଥିତ ଏନୱାଇପି ଆୟୋଜକ ହନୁମାନ ଦେଶାଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିବା ସହିତ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଅତିଥି ମାନଙ୍କୁ ବୃକ୍ଷ ଉପହାର ଦେଇଥିଲେ l ଶିବିରରେ ଭାଗ ନେଇଥିବା ଶିବିରାର୍ଥୀ ମାନେ ସାତ ଦିନ ଧରି ଏହି ଶିବିର କିପରି ତାଙ୍କୁ ଆଗାମୀଦିନରେ ସମାଜ ସେବା ପାଇଁ ପ୍ରେରଣା ଦେବ ଏବଂ ନିଜର ବ୍ୟକ୍ତିଗତ ଅନୁଭୂତି ବିଷୟରେ ମତ ରଖିଥିଲେ l ଶେଷରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ସହକାରୀ ପ୍ରାଧ୍ୟାପିକା ନିବେଦିତା ଦାଶ ଧନ୍ଯବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *