Wed. Oct 14th, 2026

କଟକ ଜିଲ୍ଲା କୁଶୁନପୁର ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଛାୟାକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ତଥା ଅଞ୍ଚଳର ସୁପରିଚିତ ଗଛ ଡାକ୍ତର ପ୍ରମୋଦ ମଲ୍ଲିକ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗଣତନ୍ତ୍ରର ଉତ୍ସବକୁ ସୁନ୍ଦର ଭାବେ ପାଳନ କରିଥିଲେ । ଭାରତର ଗଣତନ୍ତ୍ର ବ୍ୟବସ୍ଥା କିପରି ବିଶ୍ଵ ପାଇଁ ଉଦାହରଣ ପାଲଟିଛି। ଗଣତନ୍ତ୍ରର ରକ୍ଷା କରିବା ପ୍ରତ୍ୟେକ ଭାରତୀୟଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ଆଜିର ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ବିଦ୍ୟାର୍ଥୀମାନେ ସାଧାରଣତନ୍ତ୍ର ଦିବସ ଉପରେ ନିଜର ଅଭିଭାଷଣ ମଧ୍ୟ ରଖିଥିଲେ। ଏହି ଅବସରେ ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ନିଜ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ବଳିଦାନକୁ ମନେ ରଖିବା ସହ ଭଲ ମଣିଷ ହେବାର କୌଶଳ ନେଇ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *