ଆସନ୍ତା ଫେବ୍ରୁଆରି ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ଅନ୍ତର୍ଜାତୀୟ ରେଡିଓ ମେଳା। ଦେଶର ଏକମାତ୍ର ରେଡିଓ ମେଳା ଦଶମ ବର୍ଷରେ ପାଦ ଦେଇଥିବାରୁ କିଛି ନୂଆ ପ୍ରୟାସ କରିଛି ଆୟୋଜକ ସଂସ୍ଥା ଆଉଟରିଚ ଏଥର ରେଡିଓ ମେଳାରେ ଆୟୋଜକ ଯୋଡ଼ିଛନ୍ତି ନିଯୁକ୍ତି ପର୍ବ ଏଥିପାଇଁ ଆୟୋଜନ ହେବାକୁ ଯାଉଛି ‘ମେଗା ଆର୍ଜେ ହଣ୍ଟ’। ବିଭିନ୍ନ ଘରୋଇ ଏଫ୍ଏମ୍ ଷ୍ଟେସନ, କମ୍ୟୁନିଟି ରେଡିଓ ଷ୍ଟେସନ ଓ ଅନଲାଇନ ରେଡିଓ ଷ୍ଟେସନରେ କାର୍ଯ୍ୟ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ଆରଜେ ହଣ୍ଟ ଜରିଆରେ ନିଯୁକ୍ତି ମିଳିପାରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ କୋଡ଼ିଏରୁ ଅଧିକ ରେଡିଓ ଷ୍ଟେସନର ଅଧିକାରୀ ଏଥିରେ ଯୋଗଦେଇ ନିଜ ରେଡ଼ିଓ ଷ୍ଟେସନ ପାଇଁ ଆର୍ଜେ ଚୟନ କରିବେ। ମୋଟ ଚାଳିଶ ଜଣ ପ୍ରାର୍ଥୀଙ୍କୁ ଏହି ଷ୍ଟେସନଗୁଡ଼ିକରେ ରେଡିଓ ଜକି ଭାବେ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ରେଡିଓ ମେଳାର ମୁଖ୍ୟ ଆବାହକ ସୁବ୍ରତ କୁମାର ପତି ଯେକୌଣସି ବୟସର ବ୍ୟକ୍ତି ଏଥିରେ ନିଜକୁ ସାମିଲ କରିପାରିବେ। ଲିଖିତ ପରୀକ୍ଷା, ଭଏସ ଅଡିସନ ଓ ସାକ୍ଷାତକାର ଜରିଆରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଏହି ନିଯୁକ୍ତି ପାଇଁ ରେଡିଓ ଫେୟାର ୱେବ୍ସାଇଟ ଜରିଆରେ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ପଞ୍ଜୀକରଣ କରିପାରିବେ ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମେଗା ଆରଜେ ହଣ୍ଟରେ ଭାଗନେବା ପାଇଁ ଆଗ୍ରହୀ ପ୍ରାର୍ଥୀ ପଞ୍ଜୀକରଣ ଏବଂ ଏ ସମ୍ବନ୍ଧିତ ଅଧିକ ସୂଚନା ପାଇଁ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି ଶ୍ରୀ ପତି। ଏହା ଆଜିର ଯୁବ ପିଢ଼ିଙ୍କ ପ୍ରତି ଗୋଟିଏ ଭଲ ସୁଯୋଗ ହେବା ସହ ଲୋକଙ୍କ ରେଡ଼ିଓ ପ୍ରତି ଆଗ୍ରହ ବଢାଇବାରେ ସହାୟ ହେବ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ରେ ଅନୁଷ୍ଠିତ ହେବ।