ପୁଣି କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗଙ୍କ ସହ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ମଧ୍ୟ କଂଗ୍ରେସକୁ ଫେରିଛନ୍ତି । ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ଗମାଙ୍ଗ ପରିବାର ଯୋଗ ଦେଇଛନ୍ତି । ପିସିସି ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ କିମ୍ବା ତାଙ୍କ ପରିବାରରୁ କାହାକୁ ଟିକେଟ୍ ମିଳିନଥିଲା । ପରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ଯୋଗ ଦେଇଥିଲେ । ହେଲେ ଓଡ଼ିଶାରେ ବିଆରଏସ୍ ଅସ୍ତିତ୍ଵ ହରେଇଥିବା ବେଳେ ନିଜ ଆଡୁ ପୁଣି କଂଗ୍ରେସରେ ମିଶିବା ପାଇଁ ଦୀର୍ଘଦିନ ହେବ ଗମାଙ୍ଗ ପରିବାର ପକ୍ଷରୁ ଉଦ୍ୟମ କରାଯାଉଥିଲା । ତେବେ ନୂଆ ପ୍ରଭାରୀ ଭାବେ ଅଜୟ କୁମାର ଦାୟିତ୍ବ ନେବା ପରେ ମିଶ୍ରଣ ପର୍ବକୁ ବ୍ୟାପକ କରାଯାଇଥିଲା । ଗମାଙ୍ଗ ପରିବାର କଂଗ୍ରେସରେ ମିଶିବା ପାଇଁ ୪ ଦିନ ହେବ ଦିଲ୍ଲୀରେ ଡେରା ପକାଇଥିଲେ । ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି ଗମାଙ୍ଗ ପରିବାର।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours