Wed. Oct 14th, 2026

ଦୁବାଇ ଠାରେ ଅନୁଷ୍ଠିତ ହୋଇଯାଇଅଛି ଓଲିଉଡ ପୁରସ୍କାର ମହୋତ୍ସବ। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏଵଂ ୟୁ. ଏ. ଇ. ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଆୟୋଜିତ ହୋଇଥିଲା। ଫାଇଭ ଷ୍ଟାର ଫିଲ୍ମ ଆୱାର୍ଡସ୍ ୨୦୨୪ ଦୁବାଇ ଭାବରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉଚ୍ଚକୋଟୀର ଚଳଚ୍ଚିତ୍ର ର ଭବ୍ୟ ଓ ଦିବ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ଦୁବାଇର ଓଉଦ ମେଠାସ୍ଥିତ ଶେଖ୍ ରସିଦ ପ୍ରେକ୍ଷାଳୟରେ ଜାନୁୟାରୀ ୧୩ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ। ଏହି ଆସରରେ ସଂଯୁକ୍ତ ଆରବ ଏମିରେଟସ ର ମାନ୍ୟଗଣ୍ୟ ଓଡ଼ିଆ,୧୫୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ସିନେମାର ଅସଂଖ୍ୟ ପ୍ରଶଂସକ ଯୋଗ ଦେଇଥିଲେ।

ଭୁବନେଶ୍ବର ରୁ ପ୍ରାୟ ୧୦୫ଜଣ ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରତିଷ୍ଠିତ କଳାକାରମାନେ ଦୁବାଇ ଯାଇଥିଲେ।
ଏହି ପ୍ରଥମ ଆନ୍ତର୍ଜାତିକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ଓ ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଦୁବାଇ ସ୍ଥିତ ଭାରତୀୟ କନସଲ ଜେନେରାଲ ସତୀଶ ଶିବନ ଓ ଡାନ୍ୟୁବ ଗ୍ରୁପ ର ଅଧ୍ୟକ୍ଷ ରିଜୱାନ୍ ସାଜନ୍ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ।ବିଜେତା ମାନଙ୍କୁ ବାଛିବା ପାଇଁ ଗଠିତ ଚୟନ କମିଟି ର ସଦସ୍ୟ ଭାବରେ ଡ଼ଃ ରଜନୀ ରଞ୍ଜନ ଓ ପ୍ରଶାନ୍ତ ପାଢ଼ୀ ଥିଲେ। ଏହି ଅବସରରେ ପ୍ରଶାନ୍ତ ପାଢ଼ୀ ଲିଜେଣ୍ଡାରି ଗାୟକ ସଙ୍ଗୀତ ନିର୍ଦ୍ଦେଶକ ଆୱାର୍ଡ଼ ପ୍ରଶାନ୍ତ ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *