Wed. Oct 14th, 2026

ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶବାସୀ ଉତ୍ସାହିତ । ଏଥିପାଇଁ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ସରକାର ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ବିଶେଷ କରି ବିଜେପି ଶାସନାଧୀନ ରାଜ୍ୟରେ ଛୁଟି ଘୋଷଣା ହୋଇଛି । ହେଲେ ଏବେ ସେହିଦିନ ଓଡ଼ିଶାରେ ଛୁଟି ଘୋଷଣା ହେଉ ବୋଲି ଦାବି ହୋଇଛି। ରାଜ୍ୟ ସରକାର ଆସନ୍ତା ୨୨ ତାରିଖକୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରନ୍ତୁ। ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ଜାନୁଆରି ୨୨ ତାରିଖରେ ଛୁଟି ଘୋଷଣା କରନ୍ତୁ। ଉକ୍ତ ଦିନକୁ ପୂଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରନ୍ତୁ ବୋଲି ବିଜେପି ରାଜ୍ୟ ବିଜେପି ଦାବି କରିଛି।
ତେବେ କେବଳ ଭାରତ ନୁହେଁ ନୁହେଁ ବିଦେଶରେ ମଧ୍ୟ ଏହି ଉତ୍ସବ ପାଇଁ ଦିନିକିଆ ଛୁଟି ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ମରିସସ୍ ସରକାର ଶୁକ୍ରବାର ଦିନ ହିନ୍ଦୁ ଧର୍ମାବଲମ୍ବୀ ସରକାରୀ କର୍ମଚାରୀଙ୍କୁ ଏହି ଦିନ ଦୁଇ ଘଣ୍ଟା ପାଇଁ ଏକ ବିଶେଷ ଛୁଟି ପ୍ରଦାନ କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରତ୍ୟାବର୍ତ୍ତନର ପ୍ରତୀକ ଭାବେ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ପ୍ରାଣ ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମରିସସ୍ ସରକାର ଏକ ବିବୃତ୍ତିରେ କହିଛନ୍ତି।
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୫ଦିନ ଅଛି। ଆଜିଠୁ ବିଜ୍ଞ ପଣ୍ଡିତଙ୍କ ମନ୍ତ୍ରଧ୍ୱନି ଏବଂ ପୂଜାର୍ଚ୍ଚନା ମଧ୍ୟରେ ପ୍ରାଣ ପ୍ରତିଷ୍ଠାର ପୂର୍ବ ପୂଜାବିଧି ଆରମ୍ଭ ହୋଇଛି। ୨୧ତାରିଖ ଯାଏ ରାମଲଲାଙ୍କ ବିଭିନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ ଅନୁଷ୍ଠିତ ହେବ। ୧୮ ତାରିଖରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ଏବଂ ୨୨ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ଦିନ ୧୨ଟାରୁ ୧ଟା ମଧ୍ୟରେ ୪୦ମିନିଟ୍ ଧରି ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ସେ ଦିନ ରାଜ୍ୟରେ ଛୁଟି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *