Wed. Oct 14th, 2026

ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରବିବାର ମଣିପୁରର ଇମ୍ଫାଲ ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ଭାରତ ଯୋଡୋ ନ୍ୟାୟ ଯାତ୍ରାର ଲୋଗୋ ଶତାଧିକ ଚାରି ଚକିଆ ଯାନରେ ଷ୍ଟିକରିଙ୍ଗ କରାଯାଇଥିଲା । ପାଖାପାଖି ୧୦୦ ରୁ ଉର୍ଦ୍ଧ୍ୱ ୪ ଚକିଆ ଯାନରେ ଷ୍ଟିକରିଂ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଯୋଗ ଦେଇ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ଯାତ୍ରା ମଣିପୁର ଇମ୍ଫାଲ ଠାରୁ ଆରମ୍ଭ ହୋଇ ମହାରାଷ୍ଟ୍ର ମୁମ୍ବାଇ ଠାରେ ସମାପ୍ତ ହେବ । ଏହି ଯାତ୍ରା ଦୀର୍ଘ ୬୬ ଦିନ ଧରି ଏବଂ ୧୫ ଟି ରାଜ୍ୟ ୧୧୦ ଟି ଜିଲ୍ଲା ଅତିକ୍ରମ କରିବ । ଓଡ଼ିଶାରେ ୪ ଦିନ ଧରି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଦେଇ ୩୪୧ କିଲୋମିଟର ଅତିକ୍ରମ କରିବ ।
ଏହି ପରିପ୍ରେକ୍ଷିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ କହିଥିଲେ ଯେ ସମ୍ବିଧାନର ସୁରକ୍ଷା, ସାମ୍ବିଧାନିକ ଅନୁଷ୍ଠାନର ନିରପେକ୍ଷତା, ଦୁର୍ନୀତି ଓ ଭ୍ରଷ୍ଟାଚାର, ଉପେକ୍ଷିତ ଜନତାକୁ ନ୍ୟାୟ, ଧନୀ ଓ ଗରବିଙ୍କ ଭିତରେ ଦୂରତା ହ୍ରାସ, ଆକାଶ ଛୁଆଁ ଦରଦାମ ବୃଦ୍ଧି, ନାରୀ ସୁରକ୍ଷା ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉର୍ଦ୍ଦିଷ୍ଟ । ଏହି ଯାତ୍ରା ହିଁ ସାଧାରଣ ଜନତାର ସ୍ୱର ।

Leave a Reply

Your email address will not be published. Required fields are marked *