Wed. Oct 14th, 2026

ଆଫଗାନିସ୍ତାନ କ୍ରିକେଟର ଗୁରବାଜଙ୍କ ମହନୀୟତା । ଭୋର ୩ଟା ରାତିରେ ଯାଇ ଗରିବଙ୍କୁ ୫ଶହ ଟଙ୍କିଆ ନୋଟ ବାଣ୍ଟିଲେ ଆଫଗାନିସ୍ତାନର ଏହି କ୍ରିକେଟର । ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରବାଜ ଭୋର ୩ ରାତିରେ ଯାଇ ଫୁଟପାଥରେ ଶୋଇଥିବା ଗରିବ ଲୋକଙ୍କୁ ଟଙ୍କା ବାଣ୍ଟିଥିଲେ । ତେବେ ଲୋକେ ଶୋଇଥିବାରୁ ସେ କାହାକୁ ଉଠାଇନଥିଲେ । ଶୋଇଥିବା ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖି ଚାଲିଯାଇଥିଲା ।

ଦୀପାବଳି ଅବସରରେ ଉତ୍ସବ ପାଳନ କରିବାକୁ ଗରିବ ଶ୍ରେଣୀର ଲୋକଙ୍କୁ ସେ ଏହି ଟଙ୍କା ଦେଇଥିବା କହିଛନ୍ତି । ଏହି ଘଟଣା ଯେପରି କେହି ନଜାଣେ ସେଥିଲାଗି ସେ ଭୋର ୩ଟା ରାତିରେ ଯାଇଥିଲେ । ଅହମ୍ମଦାବାଦର ଫୁଟପାଥରେ ଶୋଇଥିବା ଗରିବ ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖିଥିଲେ। ତେବେ ଏହି ସମୟରେ କେହି ଜଣେ ବ୍ୟକ୍ତି ଗୁରବାଜଙ୍କୁ ଚିହ୍ନ ତାଙ୍କର ଏହି ଭିଡିଓ କରିଥିଲେ।

ଗୁଜବାଜ ସେଠାରୁ କାରରେ ଚାଲିଗଲା ପରେ ଫୁଟପାଥରେ ଶୋଇଥିବା ଲୋକଙ୍କ ନିକଟକୁ ଯାଇ ଦେଖିଥିଲେ ଯେ ପ୍ରତି ଲୋକଙ୍କ ପାଖରେ ଗୋଟିଏ ଲେଖାଏଁ ୫ଶହ ଟଙ୍କିଆ ନୋଟ ରଖାହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଆଫଗାନିସ୍ଥାନର ବ୍ୟାଟ୍ସମ୍ୟାନ ରହମାନୁଲ୍ଲା ଗୁରବାଜ ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ଗୁଜରାଟ ଟାଇଟନ୍ସର ପକ୍ଷରୁ ସେ ଖେଳୁଛନ୍ତି । ଅହମ୍ମଦବାଦ ଗୁଜରାଟ ଟାଇଟାନ୍ସର ହୋମ ପିଚ୍ । ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମ୍ମଦାବାଦରେ ଶେଷ ଲିଗ୍ ମ୍ୟାଚ୍ ଖେଳିଥିଲା ।

Leave a Reply

Your email address will not be published. Required fields are marked *