ଦୀପାବଳୀରେ ବସ୍ତି ଅଞ୍ଚଳର କୁନିକୁନି ଓଠରେ ହସ ଫୁଟାଇଲେ ଯଶୋଦା ମାଆ

ଭୁବନେଶ୍ୱରର ନିଳାଦ୍ରୀ ବିହାର ସ୍ଥିତ ପଣ୍ଡାପାର୍କ ବସ୍ତିର ବର୍ଣ୍ଣବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦୀପାବଳୀ ପାଳିତ ହୋଇଯାଇଛି। ସବୁବର୍ଷ ଠାରୁ ଏବର୍ଷର ଦୀପାବଳି ପାଳନ ଥିଲା ଭିନ୍ନ ଓ ନିଆରା । ଆଜିର ଉତ୍ସବରେ ଯଶୋଦା ମାଆ ନିବେଦିତା ଲେଙ୍କାଙ୍କ ସହ ବନ ବିଭାଗର ଅବସର ପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କା,ଅନୁଷ୍ଠାନର ସୁଯୋଗ୍ୟ ସନ୍ତାନ ଇଂ ଶୁଭମ୍, ଡାକ୍ତର ଡଲି, ଅଡିଟର୍ ସୁମନ୍ ଓ ଓଡ଼ିଶା ଶିକ୍ଷା ସେବାରେ କୃତକାର୍ଯ୍ୟ ହୋଇଥିବା ତାପସ ଛୁଟି ଆସିଥିଲେ ପଣ୍ଡାପାର୍କ ବସ୍ତିକୁ। ପିଲାମାନଙ୍କ ନାଚ,ଗୀତ ଓ ଖୁସିମଜାରେ ସେଠାକାର ପରିବେଶ ହର୍ଷ ଉଲ୍ଲାସରେ ପୁରି ଉଠୁଥିଲା। କୁନିକୁନି ଓଠରେ ହସ ଫୁଟାଇବା ସହିତ ଆମ ଭାରତୀୟ ସଂସ୍କୃତି ପରମ୍ପରାକୁ ପିଲାମାନଙ୍କ ଭିତରେ ଉଜ୍ଜୀବିତ କରାଇବା ହିଁ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶେଷରେ ପିଲାମାନଙ୍କୁ ଖାତା,କଲମ, ପେନସିଲ୍, ରବର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

You May Also Like

More From Author

+ There are no comments

Add yours