ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର କଇଁଫୁଲ ଗାଁରେ ବୋରଓ୍ବେଲରେ ପଡ଼ିଥିବା ବୃଦ୍ଧାଙ୍କ ମୃତ୍ୟୁ । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ବୃଦ୍ଧାଙ୍କୁ ବୋରଓ୍ବେଲରୁ କରାଯାଇଥିଲା ଉଦ୍ଧାର । ହେଲେ ଶେଷରେ ବୃଦ୍ଧା ଦୁଃଖୀ ନେଗୀଙ୍କୁ ମୃତ ଘୋଷଣା କରାଯାଇଛି । ବୋରଓ୍ବେଲରେ ପଡ଼ିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଝିଅ ଘରକୁ ଆସି ଗତକାଲି ସକାଳେ ବେଣା କାଟିବାକୁ ଯାଇଥିଲେ ବୃଦ୍ଧା । ହେଲେ ସେତିକି ବେଳେ ଏହି ପରିତ୍ୟକ୍ତ ବୋରଓ୍ବେଲରେ ପଡି ଯାଇଥିଲେ ବୃଦ୍ଧା । ବୋରଓ୍ବେଲର ପ୍ରାୟ ୨୦ ଫୁଟ ତଳେ ଅଟକି ଯାଇଥିଲେ ଦୁଃଖୀ ନେଗୀ । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଅନ୍ୟ ଏକ ସମାନ୍ତରାଳ ଗାତ ଖୋଳି ବୃଦ୍ଧାଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ରେସକ୍ୟୁ ଅପରେସନ । ପରେ ବୋରଓ୍ବେଲ ଭିତରୁ ବାହାର କରାଯାଇଥିଲା । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ସେଠାରେ ଦୁଃଖୀ ନେଗୀଙ୍କୁ ମୃତ ଘୋଷଣା କରାଯାଇଥିଲା । ଉଦ୍ଧାରକାରୀ ଟିମ୍ ବୋରଓ୍ବେଲ ଭିତରେ ବିଷଧର ସାପ ଥିବା ମଧ୍ୟ କହିଛନ୍ତି । ତେବେ ସାପ କାମୁଡାରେ କିମ୍ବା ଅଣନିଶ୍ବାସୀ ହୋଇ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି ।

You May Also Like

More From Author

+ There are no comments

Add yours