Wed. Oct 14th, 2026

ଯଶୋଦା ମା ଫାଉଣ୍ଡେସନ ତରଫରୁ ସମାଜସେବୀ ନିବେଦିତା ଲେଙ୍କାଙ୍କ ପ୍ରୟାସରେ ବର୍ଣ୍ଣବୋଧ ପାଠଶାଳାର ପିଲାମାନଙ୍କୁ ନେଇ ନିଳାଦ୍ରୀ ବିହାର ୱଡ ନମ୍ବର ୧୪ରେ ଥିବା ସୀତାନାଥ ନଗର ନିକଟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।
ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ପରିବେଶବିତ୍ ଡ଼ଃ ଦିଲ୍ଲିପ ଶ୍ରୀଚନ୍ଦନ, ଅଭିନେତ୍ରୀ ଶୀତଲ ପାତ୍ର, ସ୍ତମ୍ଭକାର ସୁଧାଂଶୁ ମହାପାତ୍ର ଯୋଗ ଦେଇଥିଲେ।*ପ୍ରଥମେ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବା ସହ ଯଶୋଦା ମାଙ୍କ ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ସମାନ ରଙ୍ଗର ପୋଷାକ ବଣ୍ଟନ କରାଯାଇଥିଲା।
ଯୁବ ସମାଜସେବୀ ପ୍ରତ୍ୟୁଷ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ଓ ବରିଷ୍ଠ ମଞ୍ଚ ଅଭିନେତା ଶ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ। ଆଲୋକ ସାର୍ ପିଲାମାନଙ୍କ ପୋଷାକରେ ସହଯୋଗ କରିଥିଲେ। ବିଭୂତି ସାହୁ ଓ ବର୍ଣ୍ଣବୋଧ ପାଠଶାଳାର ଗୁରୁମା ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପିଲାମାନଙ୍କୁ ଖାଦ୍ୟ ପୁଡିଆ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲ। ପିଲାମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଯଶୋଦା ମାଙ୍କ ଏହା ଏକ ନିଆରା ପ୍ରୟାସ ଥିଲା।

Leave a Reply

Your email address will not be published. Required fields are marked *