

ରାୟଗଡା/୧୦/୧୧/୨୩: ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ଲୋବାଲୱାର୍ମିଂ ବିଷୟକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରାୟଗଡା ଜିଲ୍ଳା ଦୈାରାଜଜ୍ଙ୍କ ଅଦାଲତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୈାରାଜଜ୍ ଅଦାଲତର ବିଚାରପତି ସତ୍ୟ ନାରାୟଣ ଷଡିଙ୍ଗିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳା ଦୈାରାଜଜ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶନୀ ଏବଂ ଜିଲ୍ଳା ଆଇନ ସେବା ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ରାୟଗଡାର ବିଭିନ୍ନ ଶିକ୍ଷାନୁଷ୍ଠାନର ସପ୍ତମରୁ ଦଶମ ଶ୍ରେଣୀର ୪୯ଜଣ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ଛାତ୍ର ଶ୍ରୀନୁ ମାଣ୍ଡାଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ଛାତ୍ରୀ ଆୟୁଷୀ ଦୋରା ଏବଂ ପପୁ ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଳା ଦୈାରାଜଜ୍ ଶ୍ରୀ ଷଡଙ୍ଗି ଏବଂ ସମ୍ମାନୀତ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ବେଳେ ଆଗାମୀ ଦିନରେ କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଉତ୍ସାହିତ ହୋଇ ଅଂଶଗ୍ରହଣ କରିଥିବାରୁ ସମସ୍ତେ ପ୍ରଶଂସନୀୟର ପାତ୍ର ବୋଲି ବିଚାରପତି ଶ୍ରୀ ଷଡଙ୍ଗି ପ୍ରକାଶ କରିଥିଲେ ।