ଦିଲ୍ଲୀ ପ୍ରଦୂଷଣ,ତୁରନ୍ତ ସମାଧାନ ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଏବେ ବିଷ ବଳୟ ମଧ୍ୟରେ । ଚାରିଆଡ଼େ ଧୂଆଁ ଧୂଆଁ ପରିସ୍ଥିତି । ଦିଲ୍ଲୀର ବାୟୁ ଗୁଣାବତ୍ତା ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ବେଳେ ଏହି ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୬ ବର୍ଷ ଧରି ଏହି ସମସ୍ୟା ଉପରେ ଚର୍ଚ୍ଚା ହେଉଛି । ହେଲେ ସମସ୍ୟାର ସମାଧାନ ଦିଶୁନାହିଁ । ଏଣୁ ତୁରନ୍ତ ସମାଧାନର ରାସ୍ତା ଖୋଜିବାକୁ ଆପ୍‌ ନେତୃତ୍ଵାଧୀନ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି (ଶୁକ୍ରବାର) ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି, “ଆପଣ ଗତ ୬ ବର୍ଷ ଧରି ଏହି ପ୍ରସଙ୍ଗ ଉପରେ କେବଳ ଆଲୋଚନା କରୁଛନ୍ତି, ଏଯାବତ ଏହାର ନିଷ୍କର୍ସ ବାହାରି ପାରିନାହିଁ । ଆମକୁ ଏହାର ସମାଧାନ ଆବଶ୍ୟକ । ଆଜି ଦିଲ୍ଲୀରେ ବର୍ଷା ହୋଇଛି । ହୁଏତ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣି ସେମାନଙ୍କର ସହାୟତା କରିଛନ୍ତି । ଏଥିଲାଗି ସରକାରଙ୍କୁ କୃତଜ୍ଞତା ଜଣା ଯାଇପାରିବ ନାହିଁ ।” ଅନ୍ୟପଟେ ପଞ୍ଜାବରେ ଧାନ କ୍ଷେତ ଜଳାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜାବରେ ଧାନ କ୍ଷେତ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏଣୁ ସେଠାରେ ଧାନ କ୍ଷେତର ବିକଳ୍ପ ବାଛିବା ନିହାତି ଜରୁରୀ । ସୁପ୍ରିମକୋର୍ଟ ଦିଲ୍ଲୀ ବାୟୁ ପ୍ରଦୂଷଣ ମାମଲାର ଶୁଣାଣି ସମୟରେ ଅଡ୍‌-ଇଭେନ ନିୟମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗକୁ ଶୁଣିବା ପରେ କୋର୍ଟ କହିଛନ୍ତି, “ଆମେ ଆପଣଙ୍କୁ ପଚାରିଥିଲୁ ଯେ ରାଜ୍ୟଗୁଡ଼ିକର ଟ୍ୟାକ୍ସି ଦିଲ୍ଲୀ ଆସୁଛି । ତେବେ ଏହା ଉପରେ କିଛି ସମୟ ପର୍ଯ୍ୟନ୍ତ ରୋକ ଲଗାଯାଇପାରିବ କି ? ହେଲେ ଆପଣ କହିଥିଲେ ଟ୍ୟାକ୍ସି ଉପରେ ବି ଅଡ୍‌-ଇଭେନ୍‌ ନିୟମ ଲାଗୁ କରିବାକୁ ଚାହୁଁଛନ୍ତି । ଏଥିଲାଗି କୋର୍ଟଙ୍କ ନିର୍ଦ୍ଦେଶ ଦରକାର ନାହିଁ । ଆପଣ ନିଜର ବୋଝ କୋର୍ଟ ଉପରେ ପକାଉଛନ୍ତି

You May Also Like

More From Author

+ There are no comments

Add yours