ଜାତୀୟ ରାଜପଥ ପାର୍ଶ୍ଵରେ ପରବ ଉତ୍ସବକୁ ନେଇ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା


କୋରାପୁଟ ତା ୮/୧୧(କାର୍ଯ୍ୟାଳୟ) କୋରାପୁଟ ପରବ ୨୦୨୩କୁ ନେଇ ସାଧାରଣ ରେ ଅସନ୍ତୋଷ ବଢୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ଯାଏଁ ଏକ ପରବ ଉତ୍ସବ ପାଇଁ ସ୍ଵତନ୍ତ୍ର ପଡିଆ ହୋଇପାରିନି। ପୁଣି ଥରେ କୋରାପୁଟ ଜିଲ୍ଲା ପ୍ରଶାସନ ପରବ ମହୋତ୍ସବକୁ ଚଳିତ ନଭେମ୍ବର ମାସରେ ୨୬ ନଂ ଜାତୀୟ ରାଜପଥ ପାର୍ଶ୍ଵ ରେ ଲାଣ୍ଡି ଗୁଡା କଲେଜ ପଡିଆ ରେ ଅନୁଷ୍ଠିତ କରିବାକୁ ଯାଉଛି। ଏନେଇ ହାଇକୋର୍ଟ ରେ ଆଜି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି କୋରାପୁଟର ରାଜ୍ୟ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ କାମାକ୍ଷା ପ୍ରସାଦ ମାଝି ଓ ସମାଜସେବା ଭୂଷିତ କୁମାର ବିଡ଼ିକା ଓ ଆଇନଜୀବୀ ଦିଲୀପ କୁମାର ମହାନ୍ତି । ଡବ୍ଲୁ ପି ସି ୦୦୩୬୭୨୦/୨୦୨୩ ଅନୁଯାୟୀ ମାମଲା ଦାୟର କରିଛନ୍ତି ହାଇକୋର୍ଟ ର ଆଇନଜୀବୀ ମାନସ ରଞ୍ଜନ ବେହେରା।ପରବ,ରାଜ୍ୟ ସ୍ତରୀୟ ଆଦିବାସୀ ମହୋତ୍ସବ ପରବ ର ରୌପ୍ୟ ଜୟନ୍ତୀ ପାଳନ ସମୟରେ, ୨୦୨୨ ରୁ ୧୭.୧୨.୨୦୨୨ ରୁ ୨୧.୧୨.୨୦୨୨ ପର୍ଯ୍ୟନ୍ତ ସରକାରୀ ମହାବିଦ୍ୟାଳୟର ଖେଳ ପଡିଆରେ, ଜାତୀୟ ରାଜପଥ ନିକଟରେ ଥିବା କୋରାପୁଟ ସରକାରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା, ସାଧାରଣ ଜନତା ଏହା ଦ୍ଵାରା ଏକ ପ୍ରକାର ହଇରାଣ ଅନୁଭବ କରି ଥିଲେ। ପରବ ଦେଖିବା କୁ ସାମିଲ ହେବାକୁ ଆସିଥିବା ଲୋକଙ୍କ ରେ ଯାନବାହାନର ପ୍ରବଳ ପ୍ରବାହ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟୟ ହୋଇପଡିଥିଲା। ଛୋଟ ପିଲା, ମହିଳା ଓ ବୟସ୍କ ଲୋକେ ପାଞ୍ଚ ରୁ ଛଅ କିଲୋମିଟର ଚାଲିଥିଲେ, ବହୁତ ଗୁଡ଼ିଏ ଆମ୍ବୁଲାନ୍ସ ଗୁରୁତର ରୋଗୀ ଙ୍କୁ ଧରି ଫସି ଯାଇଥିଲେ ଏପରିକି ମନ୍ତ୍ରୀ ଠୁଁ ପ୍ରଶାସନିକ ଅଧିକାରୀ, ପୋଲିସ ବି ବର୍ତୀ ନ ଥିଲେ ।ଏହି ଅବବ୍ୟସ୍ତା ପାଞ୍ଚ ଛ ଦିନ ଧରି ଲାଗି ଥିଲା ଜିଲ୍ଲାବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ିଲା ଏବେ ଜିଲ୍ଲା ସଂସ୍କୃତି ବିଭାଗ କୋରାପୁଟ ୨୫.୧୧.୨୦୨୩ ରୁ ୨୯.୧୧,୨୦୨୩ ମଧ୍ୟରେ ପୁଣି ୨୬ ନଂ ଜାତୀୟ ରାଜପଥ କଡ ସରକାରୀ କଲେଜ, କୋରାପୁଟର ଖେଳ ପଡିଆରେ ପରବ ୨୦୨୩ ପାଳନ କରିବାକୁ ନିଷ୍ପତ୍ତି ନେଇଛି | ଏହି ସମୟ ଅବଧି ମଧ୍ୟରେ, ଏହା ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ କୋରାପୁଟକୁ ଆସୁଥିବା ଆମ୍ବୁଲାନ୍ସର ବାଧା ସୃଷ୍ଟି କରିବା ସହିତ ୨୬ ନଂ ଜାତୀୟ ରାଜପଥ ଦେଇ ଯାଉଥିବା ରେଫରାଲ୍ ମାମଲା ରେ ବାଧା ସୃଷ୍ଟି ହେବ, ଆବାସିକ ହଷ୍ଟେଲଗୁଡିକ କାର୍ଯ୍ୟ କରୁଥିବାରୁ ଏହା ସରକାରୀ କଲେଜ, କୋରାପୁଟର ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ମଧ୍ୟ ଅନେକ ବାଧା ସୃଷ୍ଟି କରିବ ।ତେଣୁ, ସାଧାରଣ ଜନତା ତଥା ସରକାରୀ କଲେଜ, କୋରାପୁଟର ଛାତ୍ରମାନଙ୍କ ଉନ୍ନତି ପାଇଁ ପ୍ରସ୍ତାବିତ ସ୍ଥାନରୁ କୋରାପୁଟ ସହରର ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଅନ୍ୟ ଏକ ସୁବିଧା ଜନକ ସ୍ଥାନକୁ ପରବ ୨୦୨୩ ର ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯାଇଛି । ୨୬ ନଂ ଜାତୀୟ ରାଜପଥ ପାର୍ଶ୍ଵ ରେ ପରବ କୁ ନେଇ ବହୁ ସଂଗଠନ ବିରୋଧ କରୁଛନ୍ତି ।

You May Also Like

More From Author

+ There are no comments

Add yours