ବିଜେଡିରେ ଯୋଗ ଦେବେ ଭିକେ ପାଣ୍ଡିଆନ!

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଖୁବ୍ ଶୀଘ୍ର ବିଜେଡିରେ ଯୋଗଦେବେ କି । ଦଳକୁ ଆସିଲେ ତାଙ୍କୁ କେଉଁ ଦାୟିତ୍ୱ ମିଳିବ । ପାଣ୍ଡଆନଙ୍କ ପରବର୍ତ୍ତୀ ଭୂମିକାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏଭଳି ପରିସ୍ଥିତିରେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଦୈନିକ ଇଂରାଜୀ ଖବରକାଗଜ ଟାଇମସ୍ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ରିପୋର୍ଟ ।
ପାଣ୍ଡିଆନ୍ ରାଜନୀତିରେ ଯୋଗଦେବା ପାଇଁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଚର୍ଚ୍ଚା ନୂଆ ନୁହେଁ । ଏମିତିକି ତାଙ୍କୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବେ ଚିତ୍ରଣ କରାଯାଉଛି । ମାତ୍ର ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନିକଟରେ ଆସିଥିବା ଦ ଉଇକ୍ ମାଗାଜିନ୍ ରିପୋର୍ଟ । ଆଉ ଏବେ ଆଜି ପ୍ରକାଶିତ ଟାଇମସ୍ ଅଫ ଇଣ୍ଡିଆ ରିପୋର୍ଟ ।
ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଉକ୍ତିକୁ ଉଦ୍ଧାର କରି ରିପୋର୍ଟରେ କୁହାଯାଇଛି,ପାଣ୍ଡିଆନ୍ କୌଣସି ବି ସମୟରେ ବିଜେଡିରେ ଯୋଗଦେଇପାରନ୍ତି । ୨୦୨୪ ନିର୍ବାଚନରେ ଦଳୀୟ ରଣନୀତି ପ୍ରସ୍ତୁତିରେ ସେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି ।
ଖୋଦ୍ ଶ୍ରୀ ପାଣ୍ଡିଆନ ମଧ୍ୟ ଏହି ଦୈନିକ ଇଂରାଜୀ ଖବରକାଗଜକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡିରେ ଯୋଗଦେବା ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା ଦାୟିତ୍ୱ ଉପରେ ସେ ଫୋକସ୍ କରିଛନ୍ତି । ୫-ଟି ଉପଯୋଗରେ ମୁଖ୍ୟମନ୍ତ୍ରୀଙ୍କର ନୂଆ ଓଡ଼ିଶା ଗଠନ ଭିଜନ୍ ର ରୂପାୟନ ପାଇଁ ସେ ବର୍ତ୍ତମାନ ବ୍ୟସ୍ତ ବୋଲି କହିଛନ୍ତି ।

You May Also Like

More From Author

+ There are no comments

Add yours