ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଏଦିଗରେ ସଚେତନ ହୋଇ ଖାଦ୍ଯ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ଵ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଆସନ୍ତୁ ଏଦିଗରେ ସଚେତନ ହେବା, ଆମ ଖାଦ୍ଯ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବା। #MandiaDibasa pic.twitter.com/RYOq5ThITi
— Naveen Patnaik (@Naveen_Odisha) November 10, 2023