ଭୂମିକମ୍ପରେ ଦୋହଲିଲା ନେପାଳ,ସତୁରୀ ଟପିଲା ମୃତ୍ୟୁ ସଂଖ୍ୟା

ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରେକର୍ଡ କରାଯାଇଛି ।ଭୂକମ୍ପରେ ଏବେ ସୁଦ୍ଧା 70 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଗୁରୁତର ଆହତ ହୋଇଛନ୍ତି । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ।
ଶୁକ୍ରବାର ରାତି ୧୧ଟା ୪୭ ସମୟରେ ଭୂକମ୍ପ ହୋଇଥିଲା । ରାଜଧାନୀ କାଠମାଣ୍ଡୁ ଠାରୁ ୨୫୦ ମାଇଲ ଦୂର ଜାଜରକୋଟ ଜିଲ୍ଲାର ଲାମିଦଣ୍ଡା ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । କୁହାଯାଉଛି ଯେ, ଭୂକମ୍ପରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ରୁକୁମ ପଶ୍ଚିମ ଓ ଜାଜରକୋଟରେ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଭୂମିକମ୍ପ ସମୟରେ ଲୋକମାନେ ଘରେ ଶୋଇଥିବାରୁ ବ୍ୟାପକ ପ୍ରାଣହାନି ଘଟିଛି । ବଡ ବଡ ଘରଦ୍ବାରା ଭୁଶୁଡି ପଡିବାରୁ ଧ୍ବଂସାବଶେଷ ତଳେ ଚାପି ହୋଇ ଲୋକମାନେ ପ୍ରାଣ ହରାଇଛନ୍ତି । ତେବେ ନେପାଳରେ ସଂଗଠିତ ଭୂମିକମ୍ପର ପ୍ରଭାବ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ଅନୁଭୂତ ହୋଇଛି । ଭୟଙ୍କର ଭୂମିକମ୍ପ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଶୁକ୍ରବାର ରାତି ୧୧ଟା ୪୭ ମିନିଟରେ ଜଜାରକୋଟରେ ସଂଗଠିତ ଭୂମିକମ୍ପରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ନେଇ ଖୁବ୍ ଦୁଃଖିତ । ସମସ୍ତ ୩ ସୁରକ୍ଷା ଏଜେନ୍ସି ଗୁଡିକ ଆହତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

You May Also Like

More From Author

+ There are no comments

Add yours