Thu. Oct 15th, 2026

ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ED।। ତେବେ ହାଜର ହେବା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଓକିଲଙ୍କ ଜରିଆରେ ଅଧିକ ସମୟ ମାଗିଥିବା ଜଣାଯାଇଛି।

ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆଜି ଏକ ରାଲି କରି ଇଡି ଅଫିସ୍‌କୁ ଯିବୋ ଏହାପୂର୍ବରୁ ସେ ଦଳର କିଛି ନେତାଙ୍କ ସହ ଆଲୋଚନା କରିବେ ।

ତେବେ ହାଜର ହେବା ନିମନ୍ତେ କେଜ୍ରିୱାଲଙ୍କୁ ଅଧିକ ସମୟ ମିଳୁଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି।

ତେବେ ଆଜି ଜେରା ନିମନ୍ତେ କେଜ୍ରିୱାଲଙ୍କୁ ପୂର୍ବରୁ ସମନ ହୋଇଥିବା ବେଳେ ଏହାକୁ ନେଇ ଆପ୍‌ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜେରା ସମୟରେ କେଜ୍ରିୱାଲଙ୍କୁ କଣ ପ୍ରଶ୍ନ କରାଯିବ ଓ କେତେ ଘଣ୍ଟା ରଖାଯିବ ତା’ ଉପରେ ରହିଛି ସମସ୍ତଙ୍କ ନଜର।

ପୂର୍ବରୁ ଏହି ମାମଲାରେ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ସାଂସଦ ସଞ୍ଜୟ ସିଂ ଗିରଫ ହୋଇ ସାରିଛନ୍ତି । ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିବା ବେଳେ ତା’ର କିଛି ଘଣ୍ଟା ପରେ କେଜ୍ରିୱାଲଙ୍କ ନିକଟକ ସମନ ପଠାଇଥିଲା ଇଡି। ଏହି ମାମଲାରେ ପ୍ରାୟ ୩୩୮ କୋଟି ଟଙ୍କାର ଘୋଟାଲ ହୋଇଥିବା ଅଭିଯୋଗ ରହିଛି।

ତେଣୁ ଚର୍ଚ୍ଚା ହେଉଛି ଯେ କେଜ୍ରିୱାଲଙ୍କୁ କେବଳ ପଚରାଉଚରା ହେବ ନା ଆଉ କିଛି ତାକୁ ନେଇ କଳ୍ପନାଜଳ୍ପନା ବଢ଼ିଛିା ଏହି ବହୁଚର୍ଚ୍ଚିତ ମାମଲାରେ ପୂର୍ବରୁ ସିବିଆଇ ମଧ୍ୟ କେଜ୍ରିୱାଲଙ୍କୁ ଜେରା କରିସାରିଛି। ଏପ୍ରିଲ ୧୬ରେ ୯ ଘଣ୍ଟା ଧରି ମାରାଥନ ଜେରା କରିଥିଲା ସିବିଆଇ। ତେବେ ଆଜି କ’ଣ ଘଟିବ ତାହା ଉପରେ ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଗତ ୩୦ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରି ଆଜି ହାଜର ହେବାକୁ କହିଥିଲା।

Leave a Reply

Your email address will not be published. Required fields are marked *