Wed. Oct 14th, 2026

କୋରାପୁଟ ତା ୧/୧୧ ପରବ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହାଦ୍ବାରା କୋରାପୁଟ ଜିଲ୍ଲାର ସାଂସ୍କୃତିକ ଓ ପର୍ଯ୍ୟଟନ ର ବିକାଶ ହୋଇପାରୁଛି।ପରବ ଏକ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ। ଏହା ୧୯୯୫ରୁ ଆରମ୍ଭ ହୋଇଥିଲା ପ୍ରଥମ କୋରାପୁଟ ସହର ର ପୋଲିସ ପଡ଼ିଆ ରେ ଅନୁଷ୍ଟିତ ହୋଇଥିଲା ସେଠାରେ କିଛି ବର୍ଷ ଚାଲିବା ପରେ କୋରାପୁଟ ଖେଳ ଷ୍ଟାଡିୟମ କୁ ସ୍ଥାନାନ୍ତର ହୋଇଥିଲା ଏହା ର ଲୋକପ୍ରୀୟତା ବଢିବାରେ ଲାଗିଲା ଏହା ପରେ ଏହାକୁ ରାଜ୍ୟ ସ୍ତରୀୟ ପରବ ଭାବରେ ରାଜ୍ୟ ସରକାର ଘୋଷଣା କରିଥିଲେ।ଏହାପରେ ଦେଶର ବିଭିନ୍ନ ସ୍ଥାନରୁ କାରିଗରୀ ଶିଳ୍ପ, ଲୋକକଳା ଲୋକ ନୃତ୍ୟ ଆଦି ବହୁ ସଂଖ୍ୟାରେ ଯୋଗ ଦେବାରେ ଲାଗିଲେ ଏହା ପର୍ଯ୍ୟଟନ ବିକାଶ ରେ ସହାୟକ ହୋଇଥିଲା ଏବେ ମଧ୍ୟ ଏହି ମହୋତ୍ସବ ଲାଗି ପର୍ଯ୍ୟଟନ ଓ ସଂସ୍କୃତି ର ବିକାଶ ଘଟୁଛି। ଏହା ପରେ ଖେଳ ପଡ଼ିଆ ନଷ୍ଟ ହେବା ଦେଖି ପ୍ରଶାସନ ୨୦୧୮ ମସିହା ରେ କୋରାପୁଟ ସହର ଠୁଁ ଛଅ କିଲୋମିଟର ଦୂର ୨୬ ନଂ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟ କୁ ନେଇ ଆସିଥିଲେ ଯାହାକି ପଡ଼ିଆ ପୁରା ୨୬ ନଂ ଜାତୀୟ ରାଜପଥକୁ ଲାଗିକରି ଥିଲା। ପ୍ରତି ଥର ମହାବିଦ୍ୟାଳୟ ର କାନ୍ଥ ର ଦୁଇଟି ସ୍ଥାନ ରେ ବଡ ଧରଣ ର ଭଙ୍ଗା ଯାଉଛି ଅର୍ଥ ବରବାଦ କରା ଯାଉଛି ପୁର୍ତ୍ତ ବିଭାଗ ପକ୍ଷରୁ। ଲାଣ୍ଡି ଗୁଡା ରାସ୍ତାରେ ଜାତୀୟ ରାଜପଥ ଉପରେ ଟ୍ରାଫିକ ଜାମ ହେବା ଫଳ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ବିଭିନ୍ନ ଜିଲ୍ଲାରୁ ପରବ ଦେଖିବାକୁ ଆସୁଥିବା ଲୋକେ ରାସ୍ତାରେ ଫସି ଯାଉଛନ୍ତି, ଛୋଟ ପିଲା ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ, ମହିଳା ଆଦି ଅନ୍ତର୍ଭୁକ୍ତ। ଏପରିକି ଜାମ ଯୋଗୁଁ ଚାରି ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡୁଛି । ଜିଲ୍ଲାର ଦୁର୍ଗମ ଅଞ୍ଚଳ ରୁ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ ରୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ଗୁରୁତର ରୋଗୀ ଙ୍କୁ ରେଫର କରା ଯିବା ବେଳେ ଲାଣ୍ଡିଗୁଡା ଠାରେ ଟ୍ରାଫିକ ରେ ଫସି ହଇରାଣ ହେଉଛନ୍ତି ଏବଂ ସେହିପରି କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରୁ ବିଶାଖାପାଟଣା କୁ ରେଫର ହେଉଥିବା ରୋଗୀ ମଧ୍ୟ ହଇରାଣ ହେଉଛନ୍ତି। କୋରାପୁଟ ୨୬ ନଂ ଜାତୀୟ ରାଜପଥ ତିନୋଟି ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ରା , ଛତିଶଗଡ଼ ର ଜୀବନ ରେଖା ସଦୃଶ୍ୟ ରହିଛି। ଏହି ଅଞ୍ଚଳ ରୁ ଅତ୍ୟାବଶକ ସାମଗ୍ରୀ ଓ ଜରୁରୀ ସାମଗ୍ରୀ ଟ୍ରକ ଦ୍ଵାରା ଆମଦାନୀ ଓ ରପ୍ତାନି ହୁଏ। ଜୟପୁର, ଜଗଦଲପୁର ଓ ବିଶାଖାପାଟଣା ଏଆର୍ ପୋର୍ଟ ଆଦିକୁ ଲୋକେ ଯାଇଥାନ୍ତି ଏହି ରାସ୍ତାରେ। କିନ୍ତୁ ରାସ୍ତା ପାର୍ଶ୍ଵ ରେ ଏହି ପରବ ଅନୁଷ୍ଟିତ ହେବା ଯୋଗୁଁ ହଜାର ହଜାର ଗାଡ଼ି ଅଟକି ରହୁଛି ପୋଲିସ ବିଫଳ ହେଉଛି।ଲୋକଙ୍କ ଦାବିରେ ପ୍ରତିବର୍ଷ ପ୍ରଶାସନ ପରବ ମିଟିଂ ରେ ସ୍ଥାୟୀ ପଡ଼ିଆ କରାଯିବ ବୋଲି ଆଶ୍ଵାସନା ଦିଆ ଯାଉ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦ୍ୟମ କରାଯାଉ ନାହିଁ ଇତି ମଧ୍ୟ ରେ ବହୁ ଜିଲ୍ଲାପାଳ ବଦଳି ଛନ୍ତି। ପରବ ବେଳେ ପରବ ସ୍ଥଳୀ ରୁ ଛ କିମି ଦୂରରେ ଆନ୍ତଃରାଜ୍ୟ ଭାରି ଯାନ ଗୁଡ଼ିକୁ ତିନି ଦିନ ଧରି ଅଟକାଇ ରଖା ଯାଉଛି। ପରବ କୁ ଲକ୍ଷ ରଖି ପ୍ରଶାସନ ଗ୍ରାମ୍ୟ ରାସ୍ତା ବାଇ ପାସ କରିଥିଲେ କିନ୍ତୁ ସଂକୀର୍ଣ୍ଣ ରାସ୍ତା ଓ ଖରାପ ରାସ୍ତା ଯୋଗୁ ଗାଡ଼ି ଜାମ ହୋଇଯାଇଥିଲା ଫଳରେ ତାହାବି ଜାମ ହେଉଛି। ସ୍ଥାନୀୟ ଗ୍ରାମବାସୀ ବି ପ୍ରତିବାଦ କରିଛନ୍ତି। ଚଳିତ ବର୍ଷ ମଧ୍ୟ ଏହାଠୁ ଅଧିକ ସମସ୍ୟା ଉପୁଜିବା ଆଶଙ୍କା ରହିଛି ଏପରିକି ରୋଗୀ, ଛୋଟପିଲା, ମହିଳା ସବୁ ବିପଦ ରେ ରହିବା ଆଶଙ୍କା ରହିଛି। ପରବ ରେ ଜନସାଧାରଣ ଅପେକ୍ଷା ପ୍ରଶାସନ ର ପୁରା ନିୟନ୍ତ୍ରଣ ରହୁଥିବା ଯୋଗୁ କେହି ମୁଁହ ଖୋଲୁ ନ ଥିବା ବେଳେ ପଲ୍ଲୀଶ୍ରୀ ମେଳା କରି ବହୁ ଷ୍ଟଲ୍ ଦେଇ ପ୍ରଶାସନ ଓରମାସ୍ ଜରିଆ ରେ ରାଜସ୍ବ ଆଦାୟ କରୁଛି। ପରବ ପଡ଼ିଆ ପାଇଁ ପ୍ରଶାସନ ର ଉଦ୍ୟମ ନାହିଁ ଜିଲ୍ଲାପାଳ ବଦଳୁ ଛନ୍ତି ସିନା ପରବ ପଡ଼ିଆ ବଦଳୁନି। କିଛି ପ୍ରଶାସନିକ ଅଧିକାରୀ ପରବ ପାଇଁ କିଛି ଏକର ଜମି କୋରାପୁଟ ନିକଟ କେଚେଲା ରାସ୍ତାରେ କିଛି ଏକର ସରକାରୀ ଜମି ରହିଥିବା କହୁଛନ୍ତି କିନ୍ତୁ ଉଦ୍ୟମ କରୁନାହାନ୍ତି। ଥରେ ଯଦି ସେଠାରେ ଆରମ୍ଭ କରାଯିବ ପରବ ପଡ଼ିଆ ଆପେ ଆପେ ତିଆରି ହେବ ଓ କେଚେଲା ଭଳି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରସିଦ୍ଧି ଲାଭ କରିପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି ଏପରିକି ଟ୍ରାଫିକ ସମସ୍ୟା ର ମଧ୍ୟ ସମାଧାନ ହେବ ବୋଲି ଲୋକେ କହୁଛନ୍ତି। ପରବ ପଡ଼ିଆ ସମ୍ପର୍କ ରେ କୌଣସି ପ୍ରଶାସନିକ ଅଧିକାରୀ ମୁଁହ ଖୋଲୁନାହାନ୍ତି। କିଛି ବୁଦ୍ଧିଜୀବୀ ଏହି ଜାତୀୟ ରାଜପଥ ପାର୍ଶ୍ଵ ରେ ପରବ ପାଳନ କୁ ନେଇ ଆଇନ ର ଆଶ୍ରୟ ନେଉଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *