“ଆଦିରୋନ ୨୦୨୩ରେ” ଭlଗନେଲେ ୩୫୦୦ଜଣ ପ୍ରତିଯୋଗୀ

ରାୟଗଡ:-ତା.୧୩/୧୦-ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆୟୋଜିତ ଆଦିରନ ୨୦୨୩ କାର୍ଯ୍ୟକ୍ରମରେ ଆଜି ଦୁଲୁକିଛି ରାୟଗଡ ଗୋବିନ୍ଦ ଚନ୍ଦ୍ର ପଡିଆ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୫୦୦ ସଂଖ୍ୟାରେ ଛାତ୍ର ଛାତ୍ରୀ ଭାଗ ନେଇ ଥିବାବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ପଡିଆ ଠାରୁ ଆରମ୍ଭ ହୋଇଥିବା ମାରାଥନ ସହରର ମଖ୍ୟ ରାସ୍ତା ଦେଇ ବୁଶେଷ କରି ମା କୋଝିଘରିଆଣି ମନ୍ଦିର ଦେଇ ଦୀପ୍ତି କଂଭେଣ୍ଟ ୟୁଜି ଏମ ଆଇଟି ଇନ୍ଦିରାନଗରରୁ ତୁମ୍ଭିଗୁଡା ଛକରୁ ମୁଖ୍ୟ ରାସ୍ତା ଦେଇ ରେଳବାଇ ଅଭ୍ରବ୍ରିଜ କୋରାପୁଟ ଛକରୁ ୧୦ କିମି ଅତିକ୍ରମ କରି ପୁଣି ଗୋବିନ୍ଦ ଚନ୍ଦ୍ର ପଡିଆ ଠାରେ ପହଂଚିଥିଲେ। ଭାଗ ନେଇ ଥିବା ପିଲାମାନଙ୍କ ପାଇଁ ପ୍ରତ୍ୟକ ଛକ ଛକରେ ପାଣି,ଗ୍ଲୁକଜ,କଦଳୀ ପ୍ରଦାନ କାରାଯାଉଥିଲା। ପଡ଼ିଆରେ ପହଂଚିବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ଜଳଖିଆ ବ୍ୟବସ୍ଥା କରାଯାଇଥିଲା। ପରେ ଛାତ୍ର ଛାତ୍ରୀଙ୍କ ମୋନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଉପରେ କଳାକାର ଦେଶିଆ ନୃତ୍ୟ ପରିବେଶଣ କରୁଥିବା ବେଳେ ମଞ୍ଚ ତଳେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନେ ନିଜକୁ ସମ୍ଭାଳି ନ ପାରି ଗୀତର ତାଳେ ତାଳେ ନାଚ ଆରମ୍ଭ କରିବା ଫଳରେ ସେମାନଙ୍କୁ ଦେଖି ମଞ୍ଚରେ ମଞ୍ଚାସିନ ଥିବା ଅନ୍ଵେଷା ଉପଦେଷ୍ଠା ଏଲିନା ଦାସ ମଧ୍ୟ୍ୟ ସମ୍ବlଳି ନପାରି ମଞ୍ଚ ତଳକୁ ଆସି ଝିଅ ମାନଙ୍କ ସହିତ ନୃତ୍ୟ କରିଥିଲେ ଏବଂ ପଡିଆ ଦୁଲୁକି ଉଠିଥିଲା। ଦୌଡ଼ରେ ପ୍ରଥମ ସ୍ଥାନରେ ରହିଥିବା ସିଦ୍ଧୁ ବିଡିକା ଏବଂ ନିଲେଦ୍ରୀ ମାଝୀ ଇଲେକ୍ଟ୍ରିକ ସ୍କୁଟି ପାଇଛନ୍ତି ଦ୍ଵିତୀୟ ସ୍ଥାନରେ ରହିଥିବା ନେତ୍ରମଣି ଶବର,ବିନୋଦିନି ବିଡ଼ିକା ଇଲେକ୍ଟ୍ରିକ ସାଇକଲ ପାଇଛନ୍ତି। ସେହିଭଳି ଅନ୍ୟମାନଙ୍କୁ ଟାଵଲେଟ ପ୍ରଦାନ କାରାଯାଇ ଥିବାରୁ ବିଜେତା ମାନେ ଖୁସି ବ୍ୟକ୍ତ କରିଛନ୍ତି। ମୁଖ୍ୟ ମନ୍ତ୍ରୀଙ୍କ ଏଭଳି ଛାତ୍ର ଛାତ୍ରୀଙ୍କୁ ଏକାଠି କରିବା ପ୍ରୟାସ ଯୋଗୁଁ ଭାଗନେଇଥିବା ପ୍ରତିଯୋଗୀ ମାନେ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧଖ୍ୟା ଅନୁସୂୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ,ଅନ୍ୱେସା ଉପଦେଷ୍ଟା ଏଲିନା ଦାଶ୍, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାଶ୍, ଜିଲାପରିଷଦ ଅଧକ୍ଷl ସରସ୍ୱତୀ ମାଝୀ,ଜିଲାପାଳ ସ୍ଵଧାଦେଵ ସିଂ, ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା,OBC ଉପଦେଷ୍ଠା ପୃଥିବୀ ରାଜ ସାହୁ, ପିଏ ଆଇଟିଡିଏ, ରାୟଗଡ, ଦିଲ୍ଲୀପ ବେହେରା,ପିଏ ଆଇଟି ଡିଏ ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, ସ୍ୱତନ୍ତ୍ର ଅଧିକାରୀ ସରୋଜ କୁମାର ବେହେରାଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ।

You May Also Like

More From Author

+ There are no comments

Add yours