


ଯାଜପୁର ସହର ରେ ଜନ ସଂପର୍କ ପଦଯାତ୍ରା ସମୟରେ ଏକାଠି ହେଲେ ହଜାର ହଜାର ସମର୍ଥକ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ର ଅପୂର୍ବ ସଫଳତା ସହ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଆହ୍ୱାନ ରେ ଏକତ୍ରିତ ହୋଇଥିଲେ ସହର ବସି। ଆଜି ସକାଳୁ ଖଇରାବାଦ୍ ପଞ୍ଚାୟତ ର ସହ ସହ ବିଜୁ ପ୍ରେମୀ ଜନ ସମ୍ପର୍କ ପଦଯାତ୍ରା ରେ ସାମିଲ ହୋଇଥିଲେ। ଏହି ପଦଯାତ୍ରା ରେ ପୂର୍ବତନ ସମିତି ସଭ୍ୟ ବେଲାଲ ଖାଁ, ଦିଲ୍ଲୀପ ପାତ୍ର, ବିଜୟ ପଣ୍ଡା, ଅଲି ବକ୍ସ, ମାନସ ସିଂ, ସଫିଉଦ୍ଦି ଖାନ୍, ସରାଫତ ଅଲି, ଟିକି ବାବୁ, ଏସ କେ ଦାଉଦ୍, ଅଶୋକ ସିଂ, ଗଦାଧର ବେହେରା ସମେତ ଅନେକ ବିଜୁ ପ୍ରେମି ଏହି ପଦଯାତ୍ରା ରେ ପ୍ରମୁଖ ଭୂମକା ଗ୍ରହଣ କରିଥିଲେ। ଏହି ପଦଯାତ୍ରା ପ୍ରଥମେ ଖଇରାବାଦ୍ ପଞ୍ଚାୟତ ର ଅଡଙ୍ଗ ଠାରୁ ବାହାରି ବୁଢ଼ୀ କଣ୍ଟେଇ ଓ ଏହା ପରେ ଯାଜପୁର ବ୍ଲକ ଅଭିମୁଖେ ଆସିଥିଲେ। ଏହି ଆୟୋଜିତ ଜନ ସଂପର୍କ ପଦଯାତ୍ରା ରେ ଯୁବ ସ୍ପନ୍ଦନ ଭବ ପ୍ରସାଦ ଙ୍କ ଦୃଢ଼ ନେତୃତ୍ବ ଏକ ସଫଳ ଯାତ୍ରା ରେ ପରିଣତ ହୋଇଥିଲା। ଏହି ଯାତ୍ରା ରେ ଯୁବ, ଛାତ୍ର, ମହିଳା ଙ୍କ ସହ ସମସ୍ତ କର୍ମି ନେତୃବୃନ୍ଦ ଯୋଗ ଦେଇ ଏକ ସର୍ଵ ବୃହତ୍ ପଦଯାତ୍ରା ରେ ପରିଣତ କରିଥିଲେ ।