ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA)ଓ ଅନ୍ୟାନ୍ୟ କ୍ଷେତ ମଜଦୁର ସଭା ତରଫରୁ କୋଲନରାରେ ଧାରଣା

ଚଳିତ ମାସ 11 10 2023 ତାରିଖ ଦିନ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA)ଓ ଅନ୍ୟାନ୍ୟ କ୍ଷେତ ମଜଦୁର ସଭା ତରଫରୁ ଦେଶ ବ୍ୟାପୀ ପ୍ରତିବାଦ ନେଇ କୋଲନରା ବ୍ଲକ ଖିଲାପଦର ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀକ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଦାବି ସମୁହ

୧) ମନରେଗା ଯୋଜନାରେ କେନ୍ଦ୍ର ସରକାର ଅଧିକ ବ୍ୟୟ ବରାଦ୍ଧ କରି ବର୍ଷକୁ ୨୦୦ ଦିନ କାମ ଓ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା, ଏଥିରେ ଥିବା କଟକଣା ଯଥା ଅନଲାଇନରେ ଦିନକୁ ୨ଥର ଉପସ୍ଥାନ ଦେବା, ଜାତି ଭିଭିରେ ମଜୁରୀ ପ୍ରଦାନ କରିବା ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଅଆଯାଉ ।
ଖ) ରାଜ୍ୟ ସରକାର ଏହି ଯୋଜନାରେ ଶ୍ରମିକମାନଙ୍କୁ ୧୦୦ ଦିନ କାମ ଓ ଦୈନିକ ୨୩୭ ଟଙ୍କା ପରିବର୍ତ୍ତେ ୩୫୨ ଟଙ୍କା ମଜୁରୀ ପ୍ରଦାନକୁ ନିଶ୍ଚିତ କରାନ୍ତୁ। ଠିକାଦାର ଓ ମେସିନ ଦ୍ଵାରା ହେଉଥ‌ିବା କାମକୁ ବନ୍ଦ କରାଯାଉ ।
୨) ଓଡ଼ିଶାରେ କ୍ଷେତ ମଜଦୂର ମାନଙ୍କ ପାଇଁ କ୍ଷେତମଜଦୂର କଲ୍ୟାଣ ବୋର୍ଡ ଗଠନ କରି କ୍ଷେତମଜଦୁର/ ଗ୍ରାମୀଣ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରନ୍ତୁ। ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ କ୍ଷେତମଜଦୂର ମାନଙ୍କୁ ମାସିକ ୩୦୦୦ଟଙ୍କା ପେନସନ ପ୍ରଦାନ କରାଯାଉ ।
୩) କୋଲନରା ବ୍ଲକ ରେଗଂଲପାଡୁ ମଦନପୁର – କେଉଟ ଗୁଡା – ଖିଲାପଦର ଓ ଅନାନ୍ୟ ଗାଁ ର ଲୋକ ମାନଙ୍କୁ ଘର ଡିହ ପଟା ଯୋଗାଇ ଦିଆଯାଉ।
୪) ସମସ୍ତ ଭୂମିହୀନ ମାନଙ୍କୁ ଘରଡ଼ିହ ଓ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ ।
୫ ) କୃଷି ଶ୍ରମିକ ମାନଙ୍କ ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯାଉ
୬) ସମସ୍ତ କୁଂ ରେସନ୍ କାର୍ଡ ଯୋଗାଇ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଝଜିନିଷ ଯୋଗାଇ ଦିଆଯାଉ।
୭) କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରାଯାଉ।
୮) ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା – ସ୍ୱାସ୍ଥ୍ୟ – ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଯୋଗାଇ ଦିଆଯାଉ।
୯) ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ଗରିବ ଲୋକ ମାନକୁଂ ମାସକୁ ୩୦୦୦ ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ ଦିଆଯାଉ।
୧୦) ସମସ୍ତ ଗରିବ ଲୋକ ମାନକୁଂ ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ।
୧୧) କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ପଞ୍ଚାୟତ ର ପlଣ୍ଡରତାଲା ଗାଁ ରେ ଆଦିବାସୀ ମାନଙ୍କ ଭୋଗ ଦଖଲରେ ଥିବା ସିଲିଂ ଜମି ର ପଟା ପ୍ରଦାନ କରାଯାଉ ।
ଉପସ୍ଥିତ ଥିଲେ
ମେଦିରି ଗରଡିଆ – ଆଛାନା ମଣ୍ଡାଙ୍ଗି – ଲିଂଗରାଜ ପେଦେଣ୍ଠି – ବୈଷ୍ଟମ ଉଲକା – ଅଶୋକ ଖଣ୍ଡଗିରି – ମାଧବ ଖଣ୍ଡଗିରି – ତ୍ରିନାଥ ଉଲାକା ଉପସ୍ଥିତ ଥିଲେ।

You May Also Like

More From Author

+ There are no comments

Add yours