Thu. Oct 15th, 2026

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକ ଅନ୍ତର୍ଗତ ଝରନୀ ଗ୍ରାମକୁ ଯାଇ ସ୍ୱର୍ଗତଃ ମମିତା ମେହେରଙ୍କ ବାପା, ମା, ଭାଇ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ବର୍ତମାନ ସୁଦ୍ଧା ପରିବାରବର୍ଗକୁ ନ୍ୟାୟ ନମିଳିଥିବାରୁ ରାଜ୍ୟ ସଭାପତି ଅସନ୍ତୋଷ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ପୁଣି ଥରେ ଦାବୀ କରିଛନ୍ତି । ଏହି ଅବସରରେ ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ୍‌, ଜିଲ୍ଲା ପରିଷଦ ସଦସ୍ୟ ଶବ୍ଦ ମିର୍ଦ୍ଧା ଓ ଅନିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *