
ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶନିବାର ରାତିରେ ଭୁବନେଶ୍ୱର ର ସତ୍ୟନଗର ସ୍ଥିତ Momentz କନଭେନସନ ରେ ଇଂ ଶିଵାନୀ ନନ୍ଦ ଙ୍କ ଦ୍ୱାରା ଲିକ୍ଷିତ ଓ଼ ବାଗ୍ମୀ ପ୍ରକାଶନ ଦ୍ୱାରା ପ୍ରକାଶିତ ଇଂରାଜୀ ପୁସ୍ତକ ‘’ରନ୍ଡେଭୁ-ଏ ଡେଟ ୱୀଥ୍ ମାଇଁ ହାର୍ଟ” ଉନ୍ମୋଚନ କରିଥିଲେ। ଏହି ଉନ୍ମୋଚନ ସମାରୋହ ରେ ଜୟ ଓଡିଶା ର ପ୍ରତିଷ୍ଠାତା ଶ୍ରୀ ରୁଦ୍ର ସାମନ୍ତରାୟ ଓ ବକୁଳ ଫାଓଣ୍ଡେସନ ପ୍ରତିଷ୍ଠାତା ଶ୍ରୀ ସୁଜିତ ମହାପାତ୍ର ଉପସ୍ଥିତ ରହି ଏହି କାଯ୍ୟକ୍ରମ ର ଗାରିମା ବଢ଼ାଇଥିଲେ। ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ଆଶୀର୍ବାଦ ସ୍ୱରୂପ ଲେଖିକା ଶ୍ରୀ ଶିବାନୀ ନନ୍ଦ ଙ୍କୁ ତାଙ୍କର ପ୍ରଥମ ପୁସ୍ତକ ପାଇଁ ଅଭିନନ୍ଦନ ଦେବା ସହ ତାଙ୍କର ଉତ୍ତୋରତୋର ଉନ୍ନତି କାମନା କରିଥିଲେ। ଏହି ପୁସ୍ତକ ଟିକୁ ଲେଖିକା ଶ୍ରୀ ଶିବାନୀ ନନ୍ଦ ତାଙ୍କ ମା (ସ୍ନିଗ୍ଧା ନନ୍ଦ) ଙ୍କ ଷାଠିଏ ତମ ଜନ୍ମବାର୍ଷିକ ରେ ଉନ୍ମୋଚନ କରି ତାଙ୍କ ନିକଟରେ ଉତ୍ସର୍ଗ କରିଥିଲେ।ଏହି ପୁସ୍ତକ ବିକ୍ରୟ ଦ୍ୱାରା ଯେଉଁ ଅର୍ଥ ପ୍ରାପ୍ତ ହେବ ତାହା ,ଶ୍ରୀ ସୂର୍ଯ୍ୟକାନ୍ତ ପ୍ରଧାନ ପରିଚାଳିତ “ଅନ୍ୱେଷଣ”,ଓଡିଶା ନାମକ ଅଣ ସରକାରୀ ସଂଗଠନକୁ ପ୍ରଦାନ କରାଯିବ ,ଯାହାକି ସମାଜର ଅତୁଳନୀୟ କାର୍ଯ୍ୟରେ ବିନିଯୋଗ କରାଯିବ।