ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ପୁରସ୍କାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସୀୟ ମହିଳା ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ପୁରସ୍କାର ଘୋଷଣା ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ତମ ଏସୀୟ କ୍ରୀଡ଼ାରେ ଭାରତର କ୍ରୀଡ଼ାବିତମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଏହି ଇଭେଣ୍ଟର ୧୪ତମ ଦିବସରେ ଭାରତ ଚମତ୍କାର ପ୍ରଦର୍ଶନ କରି ୬ଟି ସ୍ୱର୍ଣ୍ଣ ପଦକ ଜିତିଥିଲା ।

ପ୍ରଥମ ଥର ପାଇଁ ଭାରତ ପଦକ ବିଜୟରେ ଶତକ ପୂରଣ କରିବା ସହିତ ଏସୀୟ କ୍ରୀଡ଼ା ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଭାରତ ନୂଆ ରେକର୍ଡ ସ୍ଥାପନ କରିଥିଲା । ଭାରତ ମୋଟ ୧୦୭ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି । ସେଥିମଧ୍ୟରେ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ରହିଛି ।

You May Also Like

More From Author

+ There are no comments

Add yours