ଆବାସ କେଳେଙ୍କାରୀ, କୋର୍ଟକୁ ଯିବ ବିଜେପି

ଭୁବନେଶ୍ବର : “ବିଜୁ ଜନତା ଦଳ” ଓଡିଶାବାସୀଙ୍କୁ କାଳ, ସିଏଜି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ପୂର୍ବରୁ ବିଜୁ ଜନତା ଦଳର ନେତା ଓ ମନ୍ତ୍ରୀମାନେ ଚିଟଫଣ୍ଡ, ଖଣି, ପାଣି, ଡାଲି ସ୍କାମ୍ ଏବଂ ଜଙ୍ଗଲ ଲୁଟ୍ ଘଟଣାକୁ ସିଏଜି ଲୋକଲୋଚନକୁ ଆଣିଥିଲା । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନର ଶେଷ ଦିନରେ ପୁଣି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି ଯାହା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଦେଇଛି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ସାଧାରଣ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । ଓଡ଼ିଶାରେ ଗରୀବ ଲୋକମାନଙ୍କ କଲ୍ୟାଣ ଯାହା ହେଉଛି ସବୁ କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି । ଓଡ଼ିଶାରେ ୨୭ଲକ୍ଷ ୩୩ହଜାର ୯୦୪ଟି ପକ୍କାଘର ନିର୍ମାଣ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ । ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରେ “ମୋ ଘର” ଯୋଜନା ସମ୍ପୂର୍ଣ୍ଣଭାବେ ବିଫଳ । ବିଜେଡି ଆବାସ ଯୋଜନା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ଘର ନଦେଇ କୋଟି କୋଟି ଟଙ୍କା ହଡପ କରିଛି ବୋଲି ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ନବୀନ ସରକାର ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ୫୮କୋଟି ଟଙ୍କା ଲୁଟ୍ କରିଛି ବୋଲି ସିଏଜି ସ୍ପଷ୍ଟ କରିଛି । ଏସି, ଏସ୍‌ଟି, ଓବିସି ଓ ଦୃଷ୍ଟିହୀନ ପିଲାଙ୍କ ଟଙ୍କାକୁ ରାଜ୍ୟ ସରକାର ହଡପ କରିଛନ୍ତି । ଏ ସମୟରେ ‘ଇଓଡବ୍ଳ୍ୟୁ’ କେଉଁଠି ଶୋଇଛି ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି ।ବିଜେଡି ପାଇଖାନାରେ ବ୍ୟାପକ ପିସି କାରବାର ହୋଇଛି । ଠିକ୍ ସେମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶ ତଥା ଓଡ଼ିଶାର ବାସହୀନ ଗରିବ ଜନସାଧାରଣଙ୍କ ପାଇଁ ମୁଣ୍ଡ ଉପରେ ଛାତ ରହିବା ପାଇଁ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଯୋଗାଇ ଦେଇଛନ୍ତି । ୨୦୨୧ସୁଦ୍ଧା ଏକ ଖସଡା ପ୍ରସ୍ତୁତ କରାଯାଇ ଓଡିଶାରେ ଆବାସ କେତେ ଦରକାର ତାର ତାଲିକା ଦିଅନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ସରକାର ଅକ୍ଷର ଅକ୍ଷର ପୂରଣ କରିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ “ପ୍ରଧାନମନ୍ତ୍ରୀ ଆବାସ” ବଂଟନ ନକରି ରାଜ୍ୟ ସରକାର ଚଂଚକତା କରିଛନ୍ତି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗୟାପ୍ରସାଦଙ୍କ ନେତୃତ୍ୱରେ ଆସିଥିଲା । ଏହାପରେ ଗୟାପ୍ରସାଦ ଟିମ୍ ୧୦୦୦କୋଟି ଦୁର୍ନୀତି ହୋଇଛି ବୋଲି ସୂଚନା ଦେଇଥିଲେ । ବର୍ତମାନ ପ୍ରକାଶ ପାଇଥିବା ସିଏଜି ରିପୋର୍ଟରେ ମଧ୍ୟ ଅନୁରୁପ ତଥ୍ୟ ପ୍ରକାଶ ପାଇଛି । ଗ୍ରାମସଭା ଦ୍ୱାରା ଚିହ୍ନଟ ହୋଇଥିବା ୮ଲକ୍ଷ ୫୯ହଜାର ହିତାଧିକାରୀ ଅନିୟମିତଭାବେ ସ୍ଥାୟୀ ଅପେକ୍ଷାରତ ତାଲିକାରୁ ବାଦ୍ ପଡି ଯୋଜନାରୁ ବଂଚିତ ହୋଇଛନ୍ତି । ୨୦୨୧ସୁଦ୍ଧା ତାଲିକା ଚୁଡାନ୍ତ ହୋଇନଥିଲା ଫଳରେ ୫ଲକ୍ଷ ୨୭ହଜାର ଗୃହ ଫେରିଯାଇଥିଲା । ୧୨ଲକ୍ଷ ୨୫ହଜାର ହିତାଧିକାରୀ “ପ୍ରଧାନମନ୍ତ୍ରୀ ଆବାସ” ଯୋଜନାରୁ ବାଦ୍ ପଡିଛନ୍ତି । ୧୯ କୋଟି ୧୦ଲକ୍ଷ ଟଙ୍କା ଅନିୟମିତଭାବେ ପ୍ରଶାସନିକ ଖର୍ଚ୍ଚ କରିବାକୁ ବ୍ୟାଙ୍କ ଖାତାକୁ ପଠାଯାଇଛି । ବିଶେଷ କରି ଗ୍ରାମସଭା ଦ୍ୱାରା ସ୍ଥିରିକୃତ ହୋଇଥିଲା ମାର୍ଚ୍ଚ ୨୦୨୧ସୁଦ୍ଧା ୨୭ଲକ୍ଷ ୪୫ହଜାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଚିହ୍ନଟ କରାଯାଇଥିଲା । ଜିଆରଏସ ଠୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଯଏ ବି ଏକେଳେଙ୍କାରୀରେ ଦାୟୀ ତାଙ୍କ ଉପରେ ଫୌଜଦାରୀ ମକଦ୍ଦମା ରୁଜୁ କରି ଦଣ୍ଡବିଧାନ କରନ୍ତୁ । କିଏ ଦାୟୀ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ସରପଂଚ ଜିତେନ୍ଦ୍ର ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ପୂର୍ବତନ ସମିତି ସଭ୍ୟା ମୋନାଲିସା ବିଶ୍ୱାଳ, ବାପା ବଂଶୀଧର ବିଶ୍ୱାଳ ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ୨ଟି ଘର ନେଇଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ କର୍ଣ୍ଣପାତ କରିନାହାନ୍ତି । ଠିକ୍ ସେମିତି ବଜରାପୁର ପଂଚାୟତର ସମିତି ସଭ୍ୟ ବିବେକାନନ୍ଦ ଧର ସାଧାରଣ ବର୍ଗର ହୋଇଥିଲେ ବି ସେ ନିଜକୁ ଅନୁସୁଚିତ ଜାତିବର୍ଗର ଦେଖାଇ ଘର ହାତେଇଛନ୍ତି । ବିଜେଡିର ଆଗଧାଡିର ବହୁ ନେତା ଓ କର୍ମୀ ନିଜକୁ ଦଳିତ ଓ ଆଦିବାସୀ ବର୍ଗ ଦେଖାଇ ଘର ହଡପ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।୨୦୦୦ମସିହା ପରଠୁ କେତେ ଘର ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କୁ ବିଧାନସଭାରେ ପ୍ରଶ୍ନ କରାଯାଇଥିଲା । ରାଜ୍ୟ ସରକାର ହିସାବ ଦେଇଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ୨୭ଲକ୍ଷ ୩୩ହଜାର ୯୦୪ଟି ଦିଆଯାଇ ସାରିଛି । ଠିକ୍ ସେମିତି ଇନ୍ଦିରା ଆବାସ ଯୋଜନାରେ ୨୦୧୬ ପରଠୁ ୧୬ଲକ୍ଷ ୪୧ହଜାର ଦିଆଯାଇଛି, ଯାହା ବିଜୁ ପକ୍କାଘର ମୋ କୁଡିଆ ବୋଲି ବିଜେଡି କହୁଛି । ମୋଟ ୪୮ଲକ୍ଷ ୫୭ହଜାର ୫୮୯ । ରାଜ୍ୟର ୨୦୧୧ଜନଗଣନା ଅନୁଯାୟୀ ଓଡ଼ିଶାରେ ଅଧାରୁ ଅଧିକ ଲୋକ ପକ୍କାଘର ପାଇବା କଥା କିନ୍ତୁ ବାସ୍ତବିକତାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିଜେଡି ସରକାରଙ୍କ ମୁଖା ଧରା ପଡିଛି । “ଆମ ଘର ଯୋଜନା”ରେ ମୋଟ ଆବେଦନକାରୀ ଥିଲେ ୩ଲକ୍ଷ୫୯ହଜାର ୪୧୫ । ୧ଲକ୍ଷ ୫୬ହଜାର ବ୍ୟାଙ୍କକୁ ଦିଆଗଲା । ଏବଂ ପାଇଲେ ମାତ୍ର ୧ହଜାର ୩୭ଜଣ । ଅମର ପଟ୍ଟନାୟକ ପିଏଜି ଥିବାବେଳେ ରାଜ୍ୟ ସରକାରଙ୍କର ବ୍ୟାପକ ଦୁର୍ନୀତି ଓ ଆର୍ôଥକ ଅନିୟମିତତାର ପର୍ଦ୍ଦାଫାଶ କରିଥିଲେ । ଏବେ ଅନୁରୁପଭାବେ ସିଏଜି ରିପୋର୍ଟରେ ମଧ୍ୟ ଆବାସ କେଳେଙ୍କାରୀର ପ୍ରତିଫଳନ ହୋଇଛି । ଚଳିତବର୍ଷର ସିଏଜି ରିପୋର୍ଟ ଉପରେ ଶ୍ରୀ ଅମର ପଟ୍ଟନାୟକଙ୍କର ଯୁକ୍ତି କଣ? ସେ ତଏବେ ବିଜେଡିର ରାଜ୍ୟସଭା ସଦସ୍ୟ । ପୁରଷ୍କାର ଦେଇ ନୀରବ କରିବାର ବିଜେଡିର ଏହା ଏକ ବଳିଷ୍ଠ ଉଦାହରଣ । ଏସମସ୍ତ ଘଟଣା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ? ଏହାର ଉତର ମୁଖ୍ୟମନ୍ତ୍ରୀ ନବୀନ ବାବୁ ରଖନ୍ତୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଆବାସ କେଳେଙ୍କାରୀରେ ଦୋଷୀକୁ ଦଣ୍ଡ ଦେବା ପାଇଁ ଭାରତୀୟ ଜନତା ପାର୍ଟି ମଧ୍ୟ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours