Wed. Oct 14th, 2026

2023 ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପାଇବେ ଜୋନ ଫୋସେ। ନୋବେଲ୍ ଏକାଡେମୀ ଆଜି ତାଙ୍କ ନାମ ଘୋଷଣା କରିଛି।ନରୱେର ଲେଖକ ହେଉଛନ୍ତି ଜୋନ ଫୋସେ। ତାଙ୍କର ବହୁ ଅଭିନବ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍ ଦିଆଯାଇଛି। ଗତବର୍ଷ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଥିବା ନୋବେଲ୍।ଏହା ପୂର୍ବରୁ ଭେଷଜ, ରସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ କ୍ଷେତ୍ରେ ନୋବେଲ୍ ବିଜେତାଙ୍କ ନାମ ଘୋଷଣା ସରିଛି। ଭେଷଜରେ ଦୁଇ ଜଣ ବିଜ୍ଞାନୀ କାଟାଲିନ କାରିକୋ(Katalin Kariko) ଏବଂ ଡ୍ରିଉ ୱିଜମ୍ୟାନ(Drew Weissman)ଙ୍କ ନାମ ଘୋଷଣା ହୋଇଥିବା ବେଳେ ପଦାର୍ଥ ବିଜ୍ଞାନରେ ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ କ୍ରାଉଜ(Ferenc Krausz), ଆନୀ ଏଲ’ହୁଇଲିଅର(Anne L’Huillier) ପାଇବେ ନୋବେଲ୍।ସେହିପରି ମାଉଙ୍ଗି ଜି. ବାୱେନ୍ଦି(Moungi G. Bawendi), ଲୋଇସ୍ ଇ. ବ୍ରୁସ(Louis E. Brus) ଏବଂ ଆଲେକ୍ସି ଏଲ. ଏକିମୋଭ(Alexei I. Ekimov)ଙ୍କୁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ମିଳିବ। ଅକ୍ଟୋବର 10ରେ ନୋବେଲ୍ ପୁରସ୍କାରର ଉଦ୍ଧାବକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *