ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍

ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସପ୍ତାହକ ଭିତରେ ନୋଟିସର ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଏବିଭିପି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା । କିନ୍ତୁ ସରକାର ବିଶୃଂଖଳାର ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନକୁ ଅନୁମତି ଦେଉନାହାନ୍ତି । ଯାହା ଫଳରେ ଛାତ୍ରମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି । ତେଣୁ ଛାତ୍ର ସଂସଦ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛି ଏବିଭିପି । କୋର୍ଟ ଏବିଭିପିର ଅନୁରୋଧକୁ ଗ୍ରହଣ କରିଛନ୍ତି ।

You May Also Like

More From Author

+ There are no comments

Add yours