ବୁଲୁଛନ୍ତି ନକଲି ଡାକ୍ତର, ପ୍ରଶାସନ ନଜର ଆଢୁଆଳରେ ବ୍ୟବସାୟ!

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନକଲି ଡାକ୍ତର ବେଧଡ଼କ ଭାବରେ ଘର ଘର ବୁଲି ରୋଗୀ ଙ୍କୁ ଚିକିତ୍ସା କରୁଥିବା ସହ ବିଚ ରାସ୍ତା ରେ ଔଷଧ ବିକୁଛନ୍ତି । ତେବେ ପ୍ରଶାସନ ଏହି ନକଲି ଡାକ୍ତର ଙ୍କ ଉପରେ କୌଣସି ନଜର ନ ପଡିବା ଘଟଣାକୁ ନେଇ ଏଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି ଗୋଟିଏ ପରିବାରର ବାପ ପୁଅ ନକଲି ଡାକ୍ତର ସାଜି ରୋଗୀ ଙ୍କ ଜୀବନ ସହ ଖେଳୁଥିଲେ ମଧ୍ୟ ଏଥି ପ୍ରତି କାହାର ନଜର ନାହିଁ l ଏପରି ଦୃଶ୍ୟ ଦେଖିବା କୁ ମିଳିଛି ଜମାଦାରପଡା ଅଧିନ ତେନ୍ତୁଳିପଡା ଗ୍ରାମରେ। ଏଠାରେ ସୁହାଗ ବିଶ୍ୱାସ ନାମକ ଜଣେ ବଙ୍ଗୀୟ ନକଲି ଡାକ୍ତର , ବେଧଢକ ଭାବରେ ଘର ଘର ବୁଲି ରୋଗୀ ଙ୍କୁ ସାଲାଇନ ଇଞ୍ଜେକ୍ସନ ଦେବା ସହ ବିଚ ରାସ୍ତା ରେ ଔଷଧ ବିକ୍ରି କରିଥାନ୍ତି। ଗ୍ରାମାଞ୍ଚଳ ର ନିରୀହ ରୋଗୀ ମାନଙ୍କ ସରଳତା ର ସୁଯୋଗ ନେଇ ସେ ଅଧିକ ପଇସା ନେଉ ଥିବା ନେଇ କେତେ ଜଣ ରୋଗୀ ଅଭିଯୋଗ କରିଛନ୍ତି l ସୁହାଗ ପାଖରେ କୌଣସି ଡାକ୍ତରୀ କିମ୍ବା ଫାର୍ମାସିଷ୍ଟ ର ପ୍ରମାଣ ପତ୍ର ନାହିଁ l ସୁହାଗ ଙ୍କ ଜଣେ ସମ୍ପର୍କୀୟ ଅନକାବେଡା ରେ ରହୁଥିବା ବେଳେ ସେ ତେନ୍ତୁଳିପଡାରେ ରହି ନକଲିଡାକ୍ତରୀ ଚଳାଇଛନ୍ତି । ନକଲି ଡାକ୍ତର କୁ ରୋକିବା ପାଇଁ ଚନ୍ଦାହାଣ୍ଡି ପଞ୍ଜିକୃତ ଫାର୍ମାସିଷ୍ଟ ସଂଘ ଗୋଷ୍ଠୀ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ସହ ଥାନା ରେ ଲିଖିତ ଅଭିଯୋଗ ଦେଇ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ l ଏହାକୁ ନେଇ ଏଠାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏ ସମ୍ପର୍କ ରେ ନକଲି ଡାକ୍ତର ସୁହାଗ ବିଶ୍ୱାସ କୁ ଯୋଗା ଯୋଗ ପାଇଁ ଚେଷ୍ଟା କରା ଯାଇଥିଲା ସେ ଫୋନ ନ ଉଠାଇବା ରୁ ତାଙ୍କ ପ୍ରତିକ୍ରିୟା ମିଳି ପାରି ନ ଥିଲା l ଏ ସମ୍ପର୍କ ରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ସନ୍ଦୀପ କୁମାର ଶତପଥି ଙ୍କୁ ପଚାରିବାରୁ ଏ ବାବଦ ରେ ସେ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରି ଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଆଇନଜୀଵୀ ଭୀଷ୍ମ ସୁନାନୀ ଓ ଗ୍ରାମବାସୀ ଦାବୀ କରିଛନ୍ତି ।
ଚନ୍ଦାହାଣ୍ଡିରୁ ମୁକୁନ୍ଦ ବେଶ୍ରା, ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours