ଅସହାୟ ବୃଦ୍ଧ ପାଇଁ ନାକେଦମ ମେଡିକାଲ କର୍ମଚାରୀ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ଅସହାୟ ବୃଦ୍ଧଙ୍କ ପାଇଁ ମେଡିକାଲ୍ କର୍ମଚାରୀ ନାକେଦମ୍ ହେଲେଣି। ରାସ୍ତା ରେ ପଡ଼ିଥିବା ଜଣେ ଅସହାୟ ବୃଦ୍ଧ କୁ ପୋଲିସ ପ୍ରଶାସନ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସମ୍ପର୍କୀୟ ଘରକୁ ନେବାକୁ ନାରାଜ । ବୃଦ୍ଧ ସୁସ୍ଥ ହୋଇଥିଲେ ମଧ୍ୟ ସମ୍ପର୍କୀୟ ବୃଦ୍ଧଙ୍କୁ ନେବାକୁ ମନା କରି ଦେବା ହେତୁ ନାକେଦମ ହୋଇ ପଡିଲେଣି ମେଡିକାଲ କର୍ତ୍ତୃପକ୍ଷ । ଏ ନେଇ ଥାନା କୁ ଲିଖିତ ଜଣାଇ ଥିବା ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥି ପ୍ରକାଶ କରିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।ସୂଚନା ମୁତାବକ ଶୁକଚନ୍ଦ ୟାଦବ (76) ଙ୍କ ନିଜ ମୂଳ ଘର ଛତିଶଗଡ ରାଜ୍ୟ ଦେଭୋଗ ଥାନା ଅଧିନ ସିନାପାଲି ଗ୍ରାମରେ। ଆଜକୁ 40 ବର୍ଷ ତଳେ ତାଙ୍କର ସବୁ କିଛି ଥିଲା l ନିଜ ସ୍ତ୍ରୀ ସହିତ ସେ କୁଲି ମଜୁରୀ କରି ହସ ଖୁସିରେ ରହିଥିଲେ । ତାଙ୍କ ଖୁସୀ ବେଶୀ ଦିନ ରହି ନ ଥିଲା l ହଠାତ ସ୍ତ୍ରୀ ତାଙ୍କୁ ଛାଡି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ l ସେ ଏକା ହୋଇପଡିବାରୁ ସେ ଗାଁ ରେ ନିଜ ଘର ଦ୍ଵାର ଛାଡି ଛତିଶଗଡ଼ ର ଧୁରୁଆଗୁଡ଼ି ଏକ ହୋଟେଲ ରେ କାମ କରି ନିଜ ପେଟ ପୋଷୁଥିଲେ । ଚନ୍ଦାହାଣ୍ଡି ବ୍ଲକ ଅଧିନ ଭାଲୁଡ଼ଙ୍ଗରୀ ଗ୍ରାମ ରେ ତାଙ୍କ ବିଧବା ଭାଇ ବହୁ ରହୁଥିବାରୁ ସେ ତାଙ୍କ ପାଖକୁ ଆସି ରହୁଥିଲେ l ସେ ଜଣେ ଗରୀବ ଅସହାୟ ବିଧବା ହୋଇ ଥିବାରୁ ଶୁକଚନ , ଚନ୍ଦାହାଣ୍ଡି ରେ ଥିବା ଜିତୁ, ହୋଟେଲରେ କାମ କଲେ।ବୟସ ବଢ଼ିବା ରୁ ସେ ଆଉ କାମ ଧନ୍ଧା କରି ନ ପାରିବାରୁ ସମ୍ପର୍କୀୟ ଲୋକ ତାଙ୍କୁ ନ ପଚାରିବାରୁ ସେ ଭୋକରେ ମାଗି ଯାଚି ଖାଇ ଏଆଡ଼େ ସେଆଡେ଼ ବୁଲୁ ଥିଲେ l ଗତ ସେପ୍ଟେମ୍ବର 5 ତାରିଖ ଦିନ ଶୁକଚନ୍ଦ ଅଚେତ ଭାବରେ ରାସ୍ତା ରେ ପଡିଥିବା ଦେଖି କିଛି ଲୋକ ଚନ୍ଦାହାଣ୍ଡି ପୋଲିସ କୁ ସୂଚନା ଦେବାରୁ ପୋଲିସ ତାଙ୍କୁ ଉଦ୍ଧାର କରି 108 ଯୋଗେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଥିଲେ। ପୋଲିସ ତାଙ୍କ ସମ୍ପର୍କୀୟ ଙ୍କୁ ଯୋଗାଯୋଗ କରିବାରୁ ସେମାନେ ତାଙ୍କୁ ନେବା କୁ ମନା କରିଦେଇ ଥିବା ସୂଚନା ଦେଇଛି l ବର୍ତ୍ତମାନ ଶୁକଚନ୍ଦ ସୁସ୍ଥ ହୋଇ ଥିଲେ ମଧ୍ୟ ତାଙ୍କ ଲୋକ କେହି ନେଉ ନାହାନ୍ତି। ଶୁକଚନ୍ଦ ମେଡିକାଲର ଏ ବେଡ଼ ରୁ ସେ ବେଡ଼ କୁ ଯାଇ ବେଡ଼ ରେ ପରିଶ୍ରା କରି ଦେଉ ଥିବାରୁ ରୋଗୀ ହଇରାଣ ହେବା ସହ ବେଡରେ ଶୋଇବା କୁ ନାକ ଟେକୁଛନ୍ତି l ଏହା ଛଡା ସେ ବେଳେ ବେଳେ ପାଟି କରିବା ରୁ ରୋଗୀ ଶୋଇ ପାରୁ ନ ଥିବା ନେଇ କିଛି ରୋଗୀ ପ୍ରକାଶ କରିଛନ୍ତି l ସେ ସବୁ ଦିନ ବେଡ଼ ରେ ପରିସ୍ରା କରି ଦେଉ ଥିବା ରୁ ନାକେଦମ ହୋଇ ପଡିଲେଣି ମେଡିକାଲ କର୍ମଚାରୀ l ଶୁକଚନ୍ଦ ର ସମ୍ପର୍କୀୟ ଙ୍କୁ ଆଣିବା ପାଇଁ ପୋଲିସ କୁ ଲିଖିତ ଅଭିଯୋଗ ଦେବା ସହ ଏହାର ତୁରନ୍ତ ବ୍ୟବସ୍ଥା କରିବାକୁ ଚନ୍ଦାହାଣ୍ଡି ବି ଡି ଓ ଧର୍ମରାଜ ମାଝି ଙ୍କୁ ଅବଗତ କରେଇ ଥିବା ନେଇ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ଶତପଥି ପ୍ରକାଶ କରିଛନ୍ତି l ବୟସ ଥିବା ସମୟ ରେ ଶୁକଚନ୍ଦର ସମ୍ପର୍କୀୟ ରୋଜଗାର ପାଇଁ ନିଜର କରି ଥିବା ବେଳେ ବୟସ ଅପରାହ୍ନରେ ତାଙ୍କୁ ଚିହ୍ନିବାକୁ ମନା କରିବା ଘଟଣାକୁ ବିଭିନ୍ନ ମହଲ ରେ ନିନ୍ଦା କରାଯାଇଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବି କରାଯାଇଛି l ଚନ୍ଦାହାଣ୍ଡିରୁ ମୁକୁନ୍ଦ ବେଶ୍ରା, ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours