ଟ୍ରାନସଜେଣ୍ଡରଙ୍କ ଥଇଥାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରୟାସ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲାରେ ଥିବା ଟ୍ରାନସଜେଣ୍ଡରମାନଙ୍କ ଥଇଥାନ କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ଟ୍ରାନସଜେଣ୍ଡର ମାନଙ୍କ ପାଇଁ ଏକ ତାଲିମ କେନ୍ଦ୍ର ଉଦଘାଟିତ ହେଇଛି । ଏହି ତାଲିମ କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ୍ତ କୁମାର ସାହୁ ଶୁଭାରମ୍ଭ କରିଥିଲେ । କିପରି ସେମାନେ ସାମାଜିକ ଅବହେଳାର ଶିକାର ନହେବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇପାରିବେ ସେ ଦିଗରେ ଏହି ଟ୍ରେନିଂ ସେଣ୍ଟର ଉପୋଯୋଗୀ ହେବ ବୋଲି କହିଥିଲେ ।

ରାଜ୍ୟ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ “ସ୍ବୀକୃତି” ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ପ୍ରାପ୍ତ ଅଟେ ଏବଂ ଏହି ପ୍ରୋଜେକ୍ଟ ମାଧ୍ୟମରେ ପୁରୀ ଜିଲ୍ଲାର ଟ୍ରାନସଜେଣ୍ଡରମାନଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଆରମ୍ଭ କରାଯିବ । ସେହିଭଳି ଦେବଦାସୀ ଟ୍ରାନସ ସ୍ୱଂୟସହାୟକ ଗୋଷ୍ଠୀ ଓ ଶ୍ରୀକ୍ଷେତ୍ର ଟ୍ରାନସ୍ ସ୍ୱଂୟସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଲେଖାଏଁ ସର୍ବମୋଟ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଅପରାହ୍ନରେ ପୁରୀ ଜିଲ୍ଲା କିନ୍ନର ସଂଘର ପ୍ରୀୟାନ୍ସି ଦାସ ,ସନ୍ତୋଷ କୁମାର ଜେନା ଓ ଦେବକୀ କିନ୍ନରଙ୍କ ସହିତ ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାପାଳଙ୍କୁ ଭେଟି ସହାୟତା ପାଇଁ ଧନ୍ୟବାଦ୍ ଦେବା ସହିତ ଟ୍ରାନସମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

You May Also Like

More From Author

+ There are no comments

Add yours