ଶବ୍ଦ ଓଡିଶା ବ୍ୟୁରୋ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରେ ନାବାଳକର ମୃତ୍ୟୁ ଅଭିଯୋଗ । ଏହାର ପ୍ରତିବାଦରେ ଟାୟାର ଜାଳି ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କଲ ଉତ୍ୟକ୍ତ ଗ୍ରାମବାସୀ । ଫଳରେ ସେହି ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଥିଲା । ମୃତକ ହେଉଛନ୍ତି ସଗଡିଆ ସାହିର ୯ ବର୍ଷର ନାବାଳକ ସୁମନ୍ତ ଦିଗାଲ । ସଗଡିଆ ସାହି ନିକଟ ଜାତୀୟ ରାଜପଥରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।
