ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ଵର ସହରର ଶୋଭାରମପୁରରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ଯୁବକଙ୍କ ନାଁ ବିନୟ କୁମାର।
ଶୋଭାରମପୁରର ଅନ୍ଧାରୀ ମଙ୍ଗଳା ଠାକୁରାଣୀ ଗଳିରେ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ବିନୟଙ୍କ ଡାହାଣ ହାତରେ ବାଜିଥିଲା। ତାଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିନୟଙ୍କୁ ବିଳମ୍ବରେ ଡାକ୍ତରଖାନା ଅଣାଯାଇଥିବା ନେଇ ଜଣାପଡ଼ିଛି। ତେବେ ତା’ର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ସହଦେବଖୁଣ୍ଟା ଥାନା ଅଧିକାରୀ ହସ୍ପିଟାଲରେ ପହଞ୍ଚି ଘଟଣା ସଂପର୍କରେ ବିନୟଙ୍କୁ ପଚରାଉଚରା କରିଛନ୍ତି।
