ପୁରୀ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲାର ବିକାଶ ଓ ଉନ୍ନତି ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ଏହାକୁ ଆଗକୁ ନେବା ଓ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଜିଲ୍ଲା ଯୋଜନା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପୁରୀ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ନିରଞ୍ଜନ ପୂଜାରୀ । ଜିଲ୍ଲା ପରିଷଦ ସଭାଗୃହ ପରିସରରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନା ପୁସ୍ତିକାକୁ ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ପୂଜାରୀ ପୁରୀ ଜିଲ୍ଲା ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିବାରୁ ଏଥି ପ୍ରତି ସମସ୍ତେ ଯତ୍ନବାନ ରହିବା ସହ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ସ୍ୱାସ୍ଥ୍ୟ ସେବା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

୨୦୨୨-୨୩ ବର୍ଷ ପାଇଁ ଜିଲ୍ଲାର ବିସ୍ତୃତ ଯୋଜନା ରେ ୯ ଟି ପ୍ରମୁଖ ବିଭାଗର ୧୩୯୦୧୭.୯୭ ଲକ୍ଷ ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ କୃଷି ରେ ୪୬୯୦.୧୪ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ୨୯୭୦୭.୪୬ ଲକ୍ଷ, ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ୮୦୧୦ ଲକ୍ଷ, ଶକ୍ତି ବିଭାଗ ୮୮୦ ଲକ୍ଷ, ଶିଳ୍ପ ଓ ଖଣି ୫୯୩.୧୩ ଲକ୍ଷ, ରାସ୍ତା ଓ ପରିବହନ ୨୨୨୭୭.୦୬ ଲକ୍ଷ, ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ ପାଇଁ ୩୫୮.୦୨ ଲକ୍ଷ, ସାଧାରଣ ଅର୍ଥନୈତିକ ସେବାରେ ୧୯୭୦ ଲକ୍ଷ ଓ ସାମାଜିକ ସେବା ପାଇଁ ୭୦୫୩୨.୧୬ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି ।

ସେହିପରି ୨୦୨୩-୨୪ ବର୍ଷ ପାଇଁ ୯ ଟି ବିଭାଗ ପାଇଁ ୧୫୨୭୨୨.୭୮ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି ।କୃଷିରେ ୫୧୫୯.୧୬ଲକ୍ଷ, ଗ୍ରାମ୍ୟ ଉନ୍ନୟନର ୩୨୬୭୮.୨୧ ଲକ୍ଷ, ଜଳସେଚନ, ଡ୍ରେନେଜ ଓ ବନ୍ୟା ନିୟନ୍ତ୍ରଣ ୮୮୧୧ ଲକ୍ଷ, ଶକ୍ତି ବିଭାଗ ୯୬୮ ଲକ୍ଷଶିଳ୍ପ ଓ ଖଣି ୬୫୨.୪୪ଲକ୍ଷ, ରାସ୍ତା ଓ ପରିବହନ ୨୪୫୦୪.୭୭ ଲକ୍ଷ, ବିଜ୍ଞାନ ଓ ବୈଷୟିକ ଜ୍ଞାନ, ପରିବେଶ ପାଇଁ ୩୯୩,୮୨ ଲକ୍ଷ, ସାଧାରଣ ଅର୍ଥ ନୈତିକ ସେବାରେ ୧୯୭୦ ଲକ୍ଷ ଓ ସାମାଜିକ ସେବା ପାଇଁ ୭୭୫୮୫.୩୮ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି।

ଏହି ବୈଠକରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ ,ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୁରୀ ଓ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି, ଅନ୍ୟାନ୍ୟ ବିଧାୟକମାନଙ୍କ ପ୍ରତିନିଧି ଓ ଯୋଜନା କମିଟି ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

You May Also Like

More From Author

+ There are no comments

Add yours