ଶୁଣ୍ଢରେ ଉଠାଇ କଚାଡି ଦେଲା ହାତୀ

ଶବ୍ଦ ଓଡିଶା ବ୍ୟୁରୋ: ମହିଳାଙ୍କୁ ଶୁଣ୍ଢରେ ଧରି କଚାଡି ଦେଲା ଦନ୍ତା। ସୁନ୍ଦରଗଡ ଜିଲ୍ଲା କୋଇଡା ବନାଞ୍ଚଳ ଅନ୍ତର୍ଗତ କନ୍ତରକୋଇଡା ଗ୍ରାମର ମୁଣ୍ଡା ବସ୍ତିରେ ଏହି ଘଟଣା ଘଟିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ହେଲେ ମୁଣ୍ଡାବସ୍ତିର ଘାସିରାମ ମୁଣ୍ଡାଙ୍କ ପତ୍ନୀ ଟୁଣୀ ମୁଣ୍ଡା ।

ସନ୍ଧ୍ୟାରେ ଟୁଣୀ ଘର ବାହାରେ କୌଣସି କାମ କରୁଥିଲେ। ଏହି ସମୟରେ ଗୋଠ ଛଡ଼ା ଦନ୍ତା ହାତୀଟି ଆସି ଘର ଭାଙ୍ଗି ଦେଇଥିଲା। ଟୁଣୀ ଆସି ହାତୀଟିକୁ ଘଉଡାଇବାରୁ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା।

You May Also Like

More From Author

+ There are no comments

Add yours