ଆଇଇଡିକୁ ନିଷ୍କ୍ରିୟ କଲେ ଯବାନ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ। ମାଟି ତଳେ ଆଇଇଡି ବୋମା ଖଞ୍ଜିଥିବା ବେଳେ ବିଏସଏଫ ଯବାନଙ୍କ ଦ୍ବାରାକୁ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଛି ।
ସୂଚନା ଅନୁଯାୟୀ, ପାଖାଞ୍ଜୁର ଥାନା ଅନ୍ତର୍ଗତ କୋଏଲିବେଡା ଓ ସୁଲାଙ୍ଗି ରାସ୍ତାରେ ୨ କିଲୋଗ୍ରାମର ଆଇଇଡି ବୋମା ମାଟି ତଳେ ଖଞ୍ଜି ରଖିଥିଲେ । ବିଏସଏଫ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ସେଠାରେ ଆଇଇଡି ବୋମା ରହିଥିବା ନେଇ ଯବାନମାନେ ଯାଞ୍ଚ କରିବା ବେଳେ ଜାଣିବାକୁ ପାଇଲେ । ବୋମା ନିଷ୍କ୍ରିୟକାରୀ ଦଳ ଆସି ସେହି ବୋମାକୁ ନିଷ୍କ୍ରିୟ କରିଥିଲେ ।

You May Also Like

More From Author

+ There are no comments

Add yours