ସଫଳ ହେଲା ‘ଆଦିତ୍ୟ-ଏଲ୍‌୧’ର ତୃତୀୟ କକ୍ଷପଥ ପ୍ରବେଶ

ଶବ୍ଦ ଓଡିଶା ବ୍ୟୁରୋ: ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍‌ ନେଟ୍‌ୱାର୍କ’ର (ଇଷ୍ଟ୍ରାକ୍‌) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି।

ଶନିବାର ରାତି ୨.୩୦ରେ କରାଯାଇଥିବା ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ ସଂକ୍ରାନ୍ତରେ ‘ଇସ୍ରୋ’ କରିଥିବା ‘ଏକ୍ସ୍‌’ରେ କହିଛି: କକ୍ଷପଥ ପରିବର୍ତ୍ତନ ଅଭିଯାନକୁ ମରିସସ୍‌, ବେଙ୍ଗାଲୁରୁ, ‘ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଆର୍‌ (ଶ୍ରୀହରିକୋଟା) ଏବଂ ପୋର୍ଟ ବ୍ଲେୟାର୍‌ରେ ଥିବା ‘ଗ୍ରାଉଣ୍ଡ୍‌ ଷ୍ଟେସନ୍‌’ ସବୁ ‘ଆଦିତ୍ୟ-ଏଲ୍‌୧’ର ଗତିବିଧି ଉପରେ ନଜର ରଖିଥିଲେ।

You May Also Like

More From Author

+ There are no comments

Add yours