ଶବ୍ଦ ଓଡିଶା ବ୍ୟୁରୋ: ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୧୮ତାରିଖରେ ନାମାଙ୍କନପତ୍ର ଦାଖଲ ହେବ । ବିଜେଡି ଶିବିରରେ ଆଲୋଚନା ହେଉଛି ଯେ ଏଥର ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରାଯାଇପାରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିବାକୁ ଆପାତତଃ ଯୋଜନା ଚାଲିଥିବା ସୂଚନା ମିଳୁଛି।
