Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଅନ୍ତର୍ଗତ ହରଡ଼ାପଦର ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକଙ୍କ ନାଁ ସଞ୍ଜୟ ନାୟକ ।
ସଞ୍ଜୟ ତାଙ୍କ ଘରକୁ ଯାଉଥିବା ବେଳେ ଗାଁର ସୁରେଶ ଡାକୁଆ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଧୀରେ ଧୀରେ ଏହା ଉଗ୍ରରୂପ ନେଇଥିଲା। ସଞ୍ଜୟଙ୍କୁ ଆକ୍ରମଣ କରିଥିଲେ ସୁରେଶ। ସୁରେଶ ତାଙ୍କୁ ଗାଁ ମଝିରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

Leave a Reply

Your email address will not be published. Required fields are marked *