ରାଷ୍ଟ୍ରପତିଙ୍କ ପାର୍ଟିରେ ସାମିଲ ହେବେନି ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ଜି-୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଡିନର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେନି । ଏହି ଡିନର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି ।

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଜି-୨୦ ସମ୍ମିଳନୀସ୍ଥଳରେ ଆସନ୍ତାକାଲି ଭବ୍ୟ ରାତ୍ରିଭୋଜିର ଆୟୋଜନ କରାଯାଇଛି । ଏହି ରାତ୍ରିଭୋଜି କାର୍ଯ୍ୟକ୍ରମକୁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ସମେତ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜନୀତିକ ଦଳର ନେତୃବୃନ୍ଦ, ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ରାତ୍ରିଭୋଜି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

You May Also Like

More From Author

+ There are no comments

Add yours