ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ସିଆଇଡି । ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି ।

ରାତି ପାଖାପାଖି ୩ଟା ସମୟରେ ତାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ସିଆଇଡି । ନାନ୍ଦିଆଲରେ ରାଲି କରିବା ପରେ ରାତିରେ ସେଠାରେ ରହିଥିଲେ ଚନ୍ଦ୍ରବାବୁ ନାଇଡୁ । ସେହିଠାରେ ହିଁ ପହଞ୍ଚିଥିଲା ସିଆଇଡି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥକ ବିରୋଧ କରିଥିଲେ । ଗିରଫଦାରୀକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଥିଲେ । ଫଳରେ ସକାଳ ପ୍ରାୟ ୬ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି ।

You May Also Like

More From Author

+ There are no comments

Add yours