Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଗିରଫ । ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ସିଆଇଡି । ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପ୍ରଥମେ ୱାରେଣ୍ଟ ଜାରି କରିଥିଲା ସିଆଇଡି ।

ରାତି ପାଖାପାଖି ୩ଟା ସମୟରେ ତାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ସିଆଇଡି । ନାନ୍ଦିଆଲରେ ରାଲି କରିବା ପରେ ରାତିରେ ସେଠାରେ ରହିଥିଲେ ଚନ୍ଦ୍ରବାବୁ ନାଇଡୁ । ସେହିଠାରେ ହିଁ ପହଞ୍ଚିଥିଲା ସିଆଇଡି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥକ ବିରୋଧ କରିଥିଲେ । ଗିରଫଦାରୀକୁ ବିରୋଧ କରି ପ୍ରବଳ ହଙ୍ଗାମା କରିଥିଲେ । ଫଳରେ ସକାଳ ପ୍ରାୟ ୬ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି ।

Leave a Reply

Your email address will not be published. Required fields are marked *