ଶବ୍ଦ ଓଡିଶା ବ୍ୟୁରୋ: ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ଧରି ଡେରାସ ମେଣ୍ଡାଶାଳ ପଞ୍ଚାୟତରେ କେନାଲ ଜବରଦଖଲ ହୋଇଥିବା ନେଇ ଚିଠିରେ ଲେଖାଯାଇଛି । ଗତ ଗୁରୁବାର ଘଟଣା ସ୍ଥଳକୁ ଯାଇ ଜବରଦଖଲ ହୋଇଥିବା କେନାଲ ଖୋଳିଥିଲେ ସାଂସଦ ।
