Wed. Oct 14th, 2026


ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ଭାବେ ନିର୍ମାଣ କରାଯିବ। ରେକର୍ଡ ରୁମ ପାର୍ଶ୍ଵରେ ଜମି ଚିହ୍ନଟ ହୋଇ ଡିପିଆର ପ୍ରସ୍ତୁତ ହୋଇଛି। ଏଥିପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ନଡ଼ିଆ ବାଡେଇ ନୂତନ ବିଲ୍ଡିଂ ପାଇଁ ଶୁଭ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ,ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ, ଏସ ଡି ଓ ଶୁକଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପାଖା ପାଖି ୧୮ କୋଟି ଟଙ୍କା ବ୍ୟୟରେ ବେସମେଣ୍ଟ ସହ ୪ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମିତ ହେବ ଯେଉଁଥିରେ ସମସ୍ତ ବିଭାଗ ରହିବ ।ଯାହାକି ଏକ ମିନି ସେକ୍ରେଟେରିଏଟ ପରି ହେବ। ଜନ ସାଧାରଣ ଙ୍କ ସୁବିଧା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଅପେକ୍ଷା କକ୍ଷ, ପାନୀୟ ଜଳ ବ୍ୟବସ୍ଥା, ଅଭିଯୋଗ ଶୁଣାଣି କକ୍ଷ, ଲିଫ୍ଟ ଇତ୍ୟାଦି ମଧ୍ୟ ରହିବ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *